ଟିଟିଲାଗଡ ଧବଳେଶ୍ଵର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ ବ୍ଲକସ୍ତରୀୟ ବାଲ ରାଷ୍ଟ୍ରୀୟ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ଧବଳେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଟିଟିଲାଗଡ ବ୍ଲକର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରୋଜେକ୍ଟ ଧରି ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ସେମାନେ ଜଣେ ଜଣେ ବାଲ ବୈଜ୍ଞାନିକର ପରିଚୟ ଦେବାରେ ସକ୍ଷମ ଥିବାର ପ୍ରମାଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚାର ଯୁବ ସଂଯୋଜକ ତଥା ନୂଆପଡ଼ା ଜିଲ୍ଲା ପ୍ରଭାରୀ ନରସିଂହ ସିଂ, ମୁଖ୍ୟବକ୍ତା ଭାବେ ଉମେଶ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଓ କୋଦଣ୍ଡ ଭୋଇ, ଶିକ୍ଷା ବିଜ୍ଞାନ ମେଳାର ଆବାହକ ପ୍ରବୀର କୁମାର ପଣ୍ଡା, ଶ୍ରୀମତୀ ମିଲନି ବେହେରା ମଞ୍ଚାସୀନ ଥିଲେ । ସଭା ପରିଚାଳନା କରିଥିଲେ ଗଗନ ବାଗ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନରସିଂହ ସିଂ ଛାତ୍ର ଛାତ୍ରୀମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ କିଛି ବର୍ଷ ଭିତରେ ବିଶ୍ୱରେ ଏକ ନମ୍ବର ଦେଶ ହେବାକୁ ଯାଉଛି । ଏଥିରେ ତୁମ ମାନଙ୍କ ଭଳି ଛୋଟ ଛୋଟ ବୈଜ୍ଞାନିକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହି ସେମାନଙ୍କ ପ୍ରୋଜେକ୍ଟର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.