om academy

ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗରିବ ଜନସାଧାରଣଙ୍କ ନିତ୍ୟ ଉପଯୋଗି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ମୁଢ଼ି, ଗୁଡ଼, ଖଇ ଉପରେ ଜିଏସଟି, ଦରଦାମ ବୃଦ୍ଧି, କେନ୍ଦ୍ର ସରକାର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିବା ୨କୋଟି ଚାକିରି ଦେବି କହି ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ନଦେଇ ବେକାରୀ କରିଦେବା ଏବଂ ଅଗ୍ନିପଥ ଯୋଜନା ଅସ୍ଥାୟୀ ନିଯୁକ୍ତିକୁ ତୀବ୍ର ବିରୋଧ କରି ସ୍ଥାନୀୟ ଗନ୍ଧିଛକ ଠାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ସମୟରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସତ୍ୟଭୂଷଣ ସାହୁ, ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ମହାକୁଡ଼, ଯୁବନେତା ନିପନ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସୁଧିର ଜେନା, ପପୁ କୁମ୍ଭାର, ଅଭିଳାଷ ପତି, ସୁଶିଲ ଭୋଇ, ହରଦିପ ସିଂ, ସରୋଜ ମହାପାତ୍ର, ଯୁଗ୍ମ ସିଂ, ସରୋଜ ଷଡ଼ଙ୍ଗୀ, ପାଣ୍ଡବ କର୍ଣ୍ଣ, ଅନନ୍ତ ତାଣ୍ଡି ଏବଂ ସମସ୍ତ ବ୍ଲକ, ନଗର, ଯୁବ, ଛାତ୍ର, ମହିଳା, ସେବଦଳ, ମଜଦୁର କଂଗ୍ରେସ ଦଳର କାର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.