oom

ପାଇକମାଲ ବ୍ଲକ ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକର ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଗତକାଲି ଅଫିସ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୮ ଦଫା ଦାବୀ ମଧ୍ୟରେ ୨୦୧୮ ମସିହାରେ ଆନ୍ଦୋଳନ କରିଥିବା ୬ଜଣ ବହିଷ୍କୃତ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ସରକାରୀ ମାନ୍ୟତା ପ୍ରଦାନ, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ମାନ୍ୟତା ପ୍ରଦାନ, ଗ୍ରାଜ୍ୟୁଟି, ଇପିଏଫ ଆଦି ସୁବିଧା ପ୍ରଦାନ, ମୃତ୍ୟୁକାଳୀନ ସହାୟତା ପ୍ରଦାନ, ପରିବାରଙ୍କୁ ଚାକିରି ପ୍ରଦାନ, ଗ୍ରୀଷ୍ମ ଅବକାଷ, ପ୍ରମୋସନ୍, ଇ-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ଆଦି ୮ ଦଫା ଦାବୀ କରିଛନ୍ତି । ପାଇକମାଲ ବ୍ଲକ ସଭାପତି ଲକ୍ଷ୍ମୀ ପଟ୍ଟନାୟକ, କୁନ୍ତଳା ମାହାର, ଜୟକୁମାରୀ ମେହେର, ତନ୍ମୟା ବହିଦାର, ସଂଯୁକ୍ତା ସାହୁ, ଲାଇବାନି ସାହୁ, ସ୍ଵର୍ଣ୍ଣକାନ୍ତି କୁମ୍ଭାର ପ୍ରମୁଖ ଶହ ଶହ କର୍ମୀମାନେ ଯୋଗ ଦେଇ ସିଡିପିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.