ମୃତ ଚାଷୀଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ୍ ନଅଗାଁ(କ)ର ଚାଷୀ ସ୍ୱର୍ଗତ ବଳରାମ ପଧାନ ନିଜର ଧାନବିକ୍ରି ଟଙ୍କା ବ୍ୟାଙ୍କ୍ ଏକାଉଣ୍ଟରୁ ଉଠାଇବା ପାଇଁ କେରଳ ଯାଇଥିଲେ । ସେଠାରେ ସେ ଅସୁସ୍ଥ ହୋଇ ପଡିବା ସହିତ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଅଶୋକ ଫୁଡ୍ ପ୍ରଡକ୍ଟ (ଉଚ୍ଚବାହାଲ,ବଲାଙ୍ଗିର) ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଶୋକ ଫୁଡ ପ୍ରଡକ୍ଟର ସତ୍ଵାଧିକାରୀ ଭରସୁଜାର ପୂର୍ବତନ ସରପଞ୍ଚ ଅଶୋକ ସାହୁଙ୍କ ଦୁଇ ପୁଅ ଗଣେଶ ଏବଂ ସଚିନ୍ ମୃତ ବଳରାମଙ୍କ ପରିବାର ବର୍ଗଙ୍କ ନିକଟରେ ପହଞ୍ଚି ୨୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ସମୟରେ ଗ୍ରାମ୍ୟ କମିଟି ସଭାପତି ଗୋପାଳ ବେହେରା, ବିଜୟ ଅଗ୍ରୱାଲଙ୍କ ସମେତ ଭଦ୍ରବ୍ୟକ୍ତି ଉପସ୍ଥିତି ଥିଲେ ।

Leave A Reply

Your email address will not be published.