ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଡ. ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଗ୍ଲୋବାଲ ପିସ୍ ୟୁନିଭରସିଟି ତରଫରୁ ପିଏଚଡ଼ି ଲାଭ କରିଥିବା ଦୁଇଜଣ ଆଧ୍ୟାତ୍ମିକ କ୍ଷେତ୍ରରେ ଡ. ଦିଲ୍ଲୀପ ମଲ୍ଲିକ ଓ ଏଚ୍ଆର୍ଡିରେ ଡ. ଅଞ୍ଜନା ପ୍ରିୟଦର୍ଶିନୀଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଡ. ମିଶ୍ର ଟ୍ରଷ୍ଟର ଆଭିମୁଖ୍ୟ ଓ ୨୦୨୬ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଡ. ମିଶ୍ର ଦୀର୍ଘ ୧୭ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ଅନେକ ଗୁଡ଼ିଏ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେଡିକାଲର ପ୍ରାକ୍ତନ ଅଧିକାରୀ ସୁକାନ୍ତୀ ଦେଇ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ୨୦୨୫ ମିଡିଆ ଆଣ୍ଡ ମାସ୍ କମ୍ୟୁନିକେସନ ପାଇଁ ଡ. ସସ୍ମିତା ପ୍ରଧାନ, ମାନବ ସମ୍ପଦ ବିକାଶ ଓ ପ୍ରଶିକ୍ଷଣ ପାଇଁ ଡ. ରଜନୀକାନ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୨୬ରେ ବିଭିନ୍ନ କ୍ଷେତ୍ରପାଇଁ ଡ. ଜୀବନ ବଲ୍ଲଭ ପଟ୍ଟନାୟକ, ଡ. ପୁଷ୍ପାଞ୍ଜଳି ମହାପାତ୍ର, ଡ. ଦିଲ୍ଲୀପ ମଲ୍ଲିକ ଓ ଡ. ଅଞ୍ଜନା ପ୍ରିୟଦର୍ଶିନୀଙ୍କୁ ମନୋନୀତ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
Next Post