centurian jitm

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ୱାସିଂ ମେସିନ ଓ ୱାଟର କୁଲର ପ୍ରଦାନ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ସବୁବେଳେ ସମାଜର ହତି ପାଇଁ କାର୍ଯ୍ୟ କରିଥାଏ । ସେହିପରି ଏସ୍‌ସିଡ଼ି ଡିଜାବୁଲ ସେଣ୍ଟରରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥଣ୍ଡାପାଣି ଓ କପଡା ଧୋଇବା ପାଇଁ ଏକ ୱାଶିଂମେସିନ ଦରକାର ଥିବା ଜାଣିବା ପରେ ଟିଟିଲାଗଡ଼ ଲାୟଂସ କ୍ଲବ ଏହି ମହତ କାର୍ଯ୍ୟ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲା । କ୍ଲବର ବରିଷ୍ଠ ସଦସ୍ୟ ଦୀପକ ସାହୁ ଓ ଶ୍ରୀମତୀ ସଙ୍ଗୀତା ସାହୁ ଏହି ମହତ କାର୍ଯ୍ୟ କରିବାକୁ ଆଗକୁ ଆସି କ୍ଲବ ତରଫରୁ ସେହି ଦୁଇଟି ଜିନିଷକୁ ସୋମବାର ଯାଇ ସେଠାରେ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ । କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଏସ୍‌ସିଡି ସେଣ୍ଟର ପରିସରରେ ଏସ୍‌ସିଡି ସେଣ୍ଟରର ସେକ୍ରେଟାରୀ ଜ୍ୟୋତି ରଞ୍ଜନ ପାଇକଙ୍କ ଉପସ୍ଥିତିରେ ଏହି ଦୁଇଟି ଜିନିଷର ଲୋକାର୍ପଣ କରାଯାଇଛି । ଏହି ଅବସରରେ ଲାୟନ୍ସ କ୍ଲବର୍ ବରିଷ୍ଠ ସଦସ୍ୟ ଦୀପକ ସାହୁ ଏବଂ ଡିଜାବୁଲ ସେଣ୍ଟରର ଛାତ୍ରୀଙ୍କ କରକମଳରେ ଉଦଘାଟନ କରାଯାଇଛି । ଉଦଘାଟନ ସମାରୋହ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ ପାଇଁ ଏସ୍‌ସିଡି ସେଣ୍ଟରର ସମ୍ପାଦକ ଲାୟନ୍ସ କ୍ଲବର ସଦସ୍ୟ ଏବଂ ଜିନିଷ ଯୋଗାଇଥିବା ଦୀପକ ସାହୁ ଓ ସଙ୍ଗୀତା ସାହୁଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ସେବା କାର୍ଯ୍ୟରେ ପିଡିଜି ଯମୁନା ପ୍ରସାଦ ଗୋଏଲ, ଲାୟନ୍ସ କ୍ଲବର ପୂର୍ବତନ ସଭାପତି ସନ୍ତୋଷ ମହାନ୍ତି, ଦୀପକ ପୃଷ୍ଟି, ସମ୍ପାଦକ ଆବାସ ଖାଁ, ମାରକେଟିଂ ଚେୟାର ପର୍ସନ ସଞ୍ଜୟ ନାୟକ, ସଦସ୍ୟ ଉମେଶ ଅଗ୍ରୱାଲ, ଅଜିତ ପାତ୍ର, ସଞ୍ଜୟ ସୋନି, ସୁଧୀର ମେହେର, ଅସୀମ କୁଣ୍ଡୁ, ରାମ ଗୋପାଳ ଚୌଧୁରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.