ppurohit

ସଇଁତଲା ସହରରେ ଡେଙ୍ଗୁ ଓ ପରିମଳ ବିପର୍ଯ୍ୟସ୍ତକୁ ନେଇ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

2nd

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଦିନକୁ ଦିନ ଡେଙ୍ଗୁ ରୋଗରେ ୩ ଜଣ ବ୍ୟକ୍ତି ମୃତ ଘଟି ସାରିଥିବା ବେଳେ ଅଧିକାଂଶ ଲୋକ ଆକ୍ରାନ୍ତରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏହା ସହିତ ରାସ୍ତାଘାଟ, ଡ୍ରେନ୍‌ ଓ ଲାଇଟ୍‌ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି । ଏହାର ପ୍ରତିବାଦରେ ବଜରଙ୍ଗ ଦଳ ଆହ୍ୱାନ କ୍ରମେ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ପ୍ରଥମେ ବ୍ଲକଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପ୍ରଶାସନ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ପ୍ରଶାସନ ହାଏ ହାଏ ବୋଲି ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ଖବର ପାଇଁ ସଇଁତଲା ବିନୟ କୁମାର ଭୋଇ ପହଂଚି ଉତ୍ତେଜିତ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଜା କରିବା ସହ ଦୁର୍ଗାପୂଜା ପୂର୍ବରୁ ଡ୍ରେନ୍‌ ଓ ରାସ୍ତାଘାଟର ମରାମତି ଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଥିଲା । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଯେ, ସଇଁତଲା ସହରରେ ଡେଙ୍ଗୁ ରୋଗରେ ୩ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ଏହି ଡେଙ୍ଗୁ ରୋଗରେ ସହରର ପ୍ରାୟ ଶତାଧିକରୁ ଅଧିକ ଜଣ ରୋଗୀ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ମଧ୍ୟ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ଏହା ସହିତ ସହରରେ ଜଳ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଏହି ସଇଁତଲା ସହରରେ ଥିବା ସମସ୍ତ ଡ୍ରେନ୍‌ଗୁଡିକ ଅକାମି ହୋଇ ପଡ଼ିଥିବା ବେଳେ ଅଳିଆ ଆବର୍ଜନାଗୁଡିକ ରାସ୍ତାରେ ବୋହି ଯାଉଛି । ଫଳରେ ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟି ଯାଉଛି । ଏପରିକି ସହରର ରାସ୍ତାଘାଟର ମଧ୍ୟ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ବର୍ତ୍ତମାନ ଆଗକୁ ଦଶହରା ଦୁର୍ଗାପୂଜା ଆସୁଥିବା ବେଳେ ସହରର ସମସ୍ତ ଗଳିକନ୍ଦି ରାସ୍ତାଘାଟର ଖାଳଢିପ ଯୋଗୁଁ ଲୋକେ ଦୁର୍ଘଟଣା ଶିକାର ହେଉଛନ୍ତି । ଏପରିକି ସହରରେ ସନ୍ଧ୍ୟା ଲାଇଟ୍‌ ବ୍ୟବସ୍ଥା ମଧ୍ୟ ଫେଲ୍‌ ହୋଇଛି । ଯାହାଫଳରେ ସହରଟି ଅନ୍ଧାରମୟ ହୋଇପଡିଛି । ଲୋକେ ସାପ ଭୟରେ ଘରୁ ବାହାରୁନାହାନ୍ତି । ଏହାର ତୁରନ୍ତ ମରାମତି କରାଯିବା ସହିତ ଡ୍ରେନ୍‌ଗୁଡିକରେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପଡିଥିବା ଯୋଗୁଁ ତାର ମଧ୍ୟ ଶୀଘ୍ର ସଫାସୁତୁରା କରିବା ସହିତ ଅଧିକାଂଶ ଲୋକ ରାସ୍ତାକୁ ଅକ୍ତିଆର କରିଥିବାରୁ ଡିମାର୍‌କେସନ୍‌ ମାଧ୍ୟରେ ତାହା ଉଚ୍ଛେଦ କରାଯାଉ ବୋଲି ବଜରଙ୍ଗ ଦଳ ତରଫରୁ ଦାବୀ କରିଛନ୍ତି । ଉକ୍ତ ପ୍ରତିବାଦ ସଭାରେ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ରାଜେଶ ପଟ୍ଟନାୟକ ବ୍ଲକ ସଂଯୋଜକ ଯୁବରାଜ ନାଏକ, ସହ -ସଂଯୋଜକ ରାକେଶ ସାହୁ, ନାଗରିକ କମିଟି ସମ୍ପାଦକ ପ୍ରୀତିସାଗର ମହାନନ୍ଦ, ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ, ଡ୍ରାଇଭର ସଂଘ ସମ୍ପାଦକ ବିନୋଦ ସାହୁ, ଯୁବ ସଂଗଠକ ଅମିତ ରଥ, କନନ ପଟ୍ଟନାୟକ, ତୈଲିକ ସମାଜର ବରିଷ୍ଠ ସଦସ୍ୟ ଟଙ୍କଧର ସାହୁ, ବଣିକ ସଂଘ ସମ୍ପାଦକ ଦୁର୍ଗେସ ସାହୁ, ଭୀଷ୍ମ ସାହୁ, ମଣ୍ଟୁ ପୃଷେଠ, ରଥି ସାହୁ, ଲାଲଟ ପୃଷେଠ, ଅନି ରାଓ, ପରମା ସାହୁ, ଦେବେନ୍ଦ୍ର ରଣା, କ୍ଷୀରସିନ୍ଧୁ ସୁନା, ସୁଶିଲ ରଣା ଡୁଲେଶ୍ୱର୍ ସାହୁ, ଅଜିତ୍ ପୁଟେଲ, ମହେନ୍ଦ୍ର ଭୋଇ, ଶଙ୍କର ପାଣିଗ୍ରାହୀ ଓ ଶୁଶାନ୍ତ ସାହୁଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱାବଧାନରେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇ, ପିଏସ୍‌ଆଇ ରାଜେଶ ବେହେରା, ବଡ଼ମାଳ ଫାଣ୍ଡି, ଅଧିକାରୀ ହରେକୃଷ୍ଣ ମାଝୀ, ବେଲଗାଁ ଫାଣ୍ଡି ଅଧିକାରୀ ଜିବରର୍ଦ୍ଧନ ମେହେର, ଏଏସ୍‌ଆଇ ଥବିର ମହାରଣା, ମାଧୁରୀ ଛୁରା, ଅରକ୍ଷିତ ନାୟକ ସହ ଗୋଟିଏ ସେକ୍ସନ ପୋଲିସ ଫାର୍ସ ମୁତୟନ ହୋଇଥିଲା ।

Leave A Reply

Your email address will not be published.