ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂର ପାସ୍ ଆଉଟ୍‌ଙ୍କୁ ପ୍ରମାଣପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଦ୍ୱାରା ୨ ମାସ ତଳେ ଗଠିତ ହୋଇଥିବା ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂରେ ଟ୍ରେନିଂ ନେଇଥିବା ଶିକ୍ଷାର୍ଥୀ ମାନେ ଉତ୍ତୀର୍ଣ୍ଣ ହେବା ପରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଛି । ଅନୁଷ୍ଠାନର ମୁଖ୍ୟ ଶ୍ରୀ ତନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଲଦା ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆଇଏସ୍‌ଏଫ୍‌ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଏନ୍ଆଇଟିର ପ୍ରଫେସର ଡ. ହୃଷିକେଶ ନାଏକ, ମଥୁରା ତନ୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜାଲୱନିଆ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଦୀକ୍ଷାନ୍ତ ଓ ଶିକ୍ଷାନ୍ତ ମଧ୍ୟରେ ଥିବା ପାର୍ଥକ୍ୟ, ଡ୍ରିଲ କରିବାର ଆବଶ୍ୟକତା, ଶିକ୍ଷାର ଉପଯୋଗ ବିଷୟରେ ବକ୍ତବ୍ୟ ରଖିବା ସହ ଶିକ୍ଷା ଓ ଦୀକ୍ଷା ଜୀବନକୁ କିପରି ସୁନ୍ଦର ମଧୁମୟ କରେ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହା ସହ ଜ୍ଞାନ, ଦକ୍ଷତା ଓ ମନୋଭାବ ରହିଲେ କିପରି ଆତ୍ମବିଶ୍ୱାସ ବୃଦ୍ଧି ହୁଏ ସେ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ରଖିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା ତଥା ଶ୍ରୀ ତନ୍ତୀଙ୍କ ଅଭିଜ୍ଞତା ନିଶ୍ଚିତ ଭାବେ ଶିକ୍ଷଣୀୟ ହେବ ବୋଲି ମତ ରଖିଥିଲେ । ଅନୁଷ୍ଠାନର ମୁଖ୍ୟ ଶ୍ରୀ ତନ୍ତୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଅନୁଷ୍ଠାନ ଦ୍ୱାରା ଦିଆଯାଇଥିବା ଟ୍ରେନିଂ ପ୍ରଶିକ୍ଷାର୍ଥୀ ମାନେ ଆତ୍ମନିର୍ଭରଶୀଳ ସହ ରୋଜଗାର ପାଇବା ପାଇଁ ଯୋଗ୍ୟ ବୋଲି କହିଥିଲେ । ଏଥିପାଇଁ ସମସ୍ତଙ୍କ ସହଯୋଗକୁ ସାଧୁବାଦ ଦେଇଥିଲେ । ପରେ ଅତିଥିମାନଙ୍କ ଦ୍ଵାରା ପାସିଂ ଆଉଟ୍ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ସିଲ୍ଡ ପ୍ରଦାନ କରାଯାଇଥିଛି । ସୂଚନାଯୋଗ୍ୟ ଯେ, ଏହି ପ୍ରଶିକ୍ଷାର୍ଥୀଙ୍କୁ ପ୍ରାକ୍ତନ ସିଆର୍‌ପିଏଫ୍‌ ଜବାନ ବେଣୁଧର କୁମ୍ଭାର, ସେବା ନିବୃତ ଜବାନ ରାଜେନ୍ଦ୍ର କୁମାର ପଶାୟତ, ରାଜକୁମାର କିଶାନ, ପଦ୍ମନାଭ ମହାପାତ୍ର ପ୍ରମୁଖ ଟ୍ରେନିଂ ପ୍ରଦାନ କରିଥିଲେ । ପରେ ଏହି ଅବସରରେ ମହିଳା ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍‌ ଲାଠିକଟା ଏଫ୍‌ସିଓ ଏନ୍‌ଜେଇଏସ୍‌ ଲାଇଙ୍ଗ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଚିତ୍ତରଞ୍ଜନ ଭୂମିଜ, ଜାତରୁ ଓରାମ, ସନ୍ଧ୍ୟାରାଣୀ ଲାକ୍ରା, ରୋହିତ ମହାନନ୍ଦିଆ, ଶଙ୍କର ଜେନା, ସମିତିସଭ୍ୟ ନୈନା ଭଞ୍ଜ, ଅମୀୟ ପ୍ରହରାଜ, ରାଜେଶ ତନ୍ତୀ, ପ୍ରୀତମ ଭୁମିଜ, ବନ୍ଦିତା ମହାନନ୍ଦିଆ, ସଞ୍ଜୟ ପଣ୍ଡା, ଅମରନାଥ ମହାପାତ୍ର ଶୁଭମ୍ କୁମାର ତନ୍ତୀ, ସଞ୍ଜନା ତନ୍ତୀ, ସୁନିଲ କୁମାର ଭଞ୍ଜ, ଶିବଶଙ୍କର ରାଜ, ଅର୍ଜୁନ ମହନ୍ତ, ବ୍ରଜଲାଲ ସୋରେଙ୍ଗ ପ୍ରମୁଖ ଉପସ୍ଥିତ ଥିଲାବେଳେ ପଦ୍ମନାଭ ମହାପାତ୍ର ଓ ବେଣୁଧର କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମଥୁରା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.