ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫିସ୍‌ ନେଇ ରସିଦ୍‌ ନଦେବା ବିଷୟରେ ତଦନ୍ତ କରିବାକୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗ୍ରାମରେ ନୂତନ ଭାବେ ଦିତୀୟ ବର୍ଷ ପାଇଁ ନାମ ଲେଖା ସମୟରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫିସ ନେଇ ରସିଦ ନଦେବା ଶୁକ୍ରବାର ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସେଠାକାର ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ଆମ ପ୍ରତିନିଧି ସାକ୍ଷାତ କରି ପଚାରିଥିଲେ । ଅଭିଯୋଗ ଶୁଣି ଶ୍ରୀ ଅଗ୍ରୱାଲ କଲେଜ ଇନ୍ଚାର୍ଜ ଥିବା ପ୍ରଭାତ ରଥଙ୍କୁ ଫୋନ୍‌ ଯୋଗେ ପଚାରିଥିଲେ । ଶ୍ରୀ ରଥ ନାମଲେଖା ଫିସ୍‌ ୧୦୮୫ ଟଙ୍କା, ଉନ୍ନୟନ ପାଇଁ ୨୦୦ ଟଙ୍କା, ଡ୍ରେସ୍‌ ପାଇଁ ୭୦୦ ଟଙ୍କା ସହ ପୁଜା ପାଇଁ ୧୦୦ ଟଙ୍କା ସର୍ବ ମୋଟ୍‌ ୨୧୦୦ ଟଙ୍କା ନେଉଥିବା ଶ୍ରୀ ରଥ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ କହିଥିଲେ । ଶ୍ରୀ ଅଗ୍ରୱାଲ ମଧ୍ୟ ଏପରି ପ୍ରତିକ୍ରିୟା ଶୁଣି ତାଜ୍ଜୁବ ହୋଇଯାଇଥିଲେ । ଏ ସମ୍ବନ୍ଧରେ ଖବର ପ୍ରକାଶ ପାଇବା ପରେ ଆମ ପ୍ରତିନିଧି ଶନିବାର ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏ ବିଷୟରେ ଲିଖିତ ଅଭିଯୋଗ କରି ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ଦରଖାସ୍ତ ଦାଖଲ କରିଛନ୍ତି । ତେବେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଏବିଇଓ ଅଭିରାମ ମାଝିଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ମାଝୀ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ସହ ଆଗାମୀ ଦିନରେ ନିୟମ ଅନୁଯାୟୀ ଏହାର ବିଧିବଦ୍ଧ ତଦନ୍ତ ନିଶ୍ଚୟ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ସରକାରୀ ନିୟମ ଅନୁଯାୟୀ ଯେତେବେଳେ ଫିସ୍‌ ନିଆଯାଏ ସେତେବେଳେ ହିଁ ରସିଦ୍‌ ଦେବାକୁ ପଡିଥାଏ, ତାହା ପୁଣି କେଉଁଥି ପାଇଁ କେତେ ଟଙ୍କା ନିଆଗଲା ତାହାବି ଉଲ୍ଲେଖ ରହିବା ଆବଶ୍ୟକ କିନ୍ତୁ ତାହା ହୋଇ ନଥିବା ଅଭିଯୋଗ ହୋଇଥିଲା । ଦିତୀୟତ ଡ୍ରେସ୍‌ ଦେବା ପାଇଁ ଟଙ୍କା, ଉନ୍ନୟନ ପାଇଁ ଟଙ୍କା, ପୁଜା ଫିସ ପାଇଁ ଟଙ୍କା ନେବା କଣ ସରକାରୀ ନିୟମ ଅଛି କି ? ଯଦି ବି ନେଲେ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ କହିବା ସହ ରସିଦ୍‌ ତ ଦେବା କଥା । ସରକାରଙ୍କ ନିୟମ ଅନୁସାରେ ଫିସ୍‌ ନେବା ଠିକ୍‌ କିନ୍ତୁ ରସିଦ୍‌ ନଦେବା କେତେ ଦୂର ଯଥାର୍ଥ ? ପୁର୍ବରୁ ପାଖ ବ୍ଲକରେ ଏଭଳି ଫିସ୍‌ ନେଇ ରସିଦ୍‌ ନଦେବା ଯୋଗୁଁ ଚାକିରିରୁ କିଛି ଦିନ ପାଇଁ ଜଣକୁ ନିଲମ୍ବିତ କରାଯାଇଥିଲା । ତାପରେ ବି ଏପରି ଅଭିଯୋଗ ଆସିବା ଦୁର୍ଭାଗ୍ୟ ଜନକ । ଆଗକୁ ତଦନ୍ତରୁ କଣ ବାହାରିବ ଦେଖିବାକୁ ରହିଲା ।

Leave A Reply

Your email address will not be published.