ବିଧାୟକଙ୍କ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲାର ପ୍ରତିନିଧୀ ମଣ୍ଡଳୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ରଙ୍କୁ ଭେଟି ଆଜି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀଙ୍କ ସହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପତ୍ରରେ ଇସ୍ପାତ ନଗରୀର ବସ୍ତି ବାସିନ୍ଦାମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଉଥିବା ଦର୍ଶାଯାଇଛି । ଏଥିରେ ରାସ୍ତାଘାଟର ମରାମତି, ପାଣି ନିସ୍କାସନ ପାଇଁ ନାଳ, ପିଇବା ପାଇଁ ପାନୀୟ ଜଳ, ଆବଶ୍ୟକ ସ୍ଥାନରେ ନଳକୂପ, ବିଦ୍ୟୁତ୍‌ ସଂଯୋଗ ଆଦି ଆବଶ୍ୟକତା ପାଇଁ ଉଲ୍ଲେଖ କରାଯାଇଛି । କିଛିଦିନ ତଳେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର ୧୪ର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ଘର ଘର ବୁଲି ପ୍ରଭାବିତ ପରିବାର ବର୍ଗଙ୍କୁ ଭେଟିଥିଲେ । ସମସ୍ତେ ନିଜକୁ ଓ ପରିବେଶକୁ ଡେଙ୍ଗୁ କବଳରୁ ମୁକ୍ତି ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଡେଙ୍ଗୁ ଯେପରି ଆଗକୁ ନବ୍ୟାପିବ ତାର ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଏହା ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ବୋଲି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.