ସିଡିଏମଓଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ବରଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାସ୍ଥ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ବରଗଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧୁ ଚରଣ ଦାସଙ୍କୁ ବିଭିନ୍ନ ଦଫା ସମ୍ମିଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ତଥା ପରିଦର୍ଶକମାନେ ଆସି ତାଙ୍କ ୫ ଦଫା ସମ୍ବିଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବୀ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ କ୍ୟାଡର୍ ପୁନଃଗଠନ, ୦୩.୧୧.୨୦୨୦ରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର, ୨୦୦୪ରୁ ୨୦୧୩ ମଧ୍ୟରେ ଠିକା ଚାକିରି କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମୂଳ ଚାକିରିରେ ଗଣନା କରି ୬ଟି ନ୍ୟାସ୍‌ନାଲ ଇନକ୍ରିମେଣ୍ଟ ପ୍ରଦାନ, ସ୍ୱାସ୍ଥ୍ୟକର୍ମୀମାନଙ୍କ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ ସଙ୍ଗେ ସଙ୍ଗେ ଅତିରିକ୍ତ ଦାୟିତ୍ୱରେ ନିୟୋଜିତ ଥିବା କର୍ମୀମାନଙ୍କୁ ପ୍ରୋତ୍ସାହନ ଭତ୍ତା ପ୍ରଦାନ । ରାଜ୍ୟ ସରକାର ଦାବୀ ସଂପର୍କରେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ଡ଼ିସେମ୍ବର ୧୪ ତାରିଖ ଠାରୁ ନିୟମିତ କାର୍ଯ୍ୟ କରିବୁ ହେଲେ କୌଣସି ପ୍ରକାରର ରିପୋର୍ଟ ପ୍ରଦାନ କରାଯିବ ନାହିଁ ଏବଂ ଆସନ୍ତା ୨୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରାଯିବ ବୋଲି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ବରଗଡ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!