jayashree

୪ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୨୦୨୧-୨୨ ବର୍ଷ ପାଇଁ ଗଞ୍ଜାମ ଅଞ୍ଚଳର ଚାରୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗଞ୍ଜାମ ସହର, ହୁମ୍ମା ଓ ୟୁଡିଏସପୁର ପ୍ରମୁଖ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାରଟି ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବ୍‌ଲୀ ଟାଉନ ହଲ୍‌ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ସିଡିଏମଓ ଉମା ଶଙ୍କର ମିଶ୍ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡ ଡାକ୍ତର ସୋମ୍ୟକାନ୍ତ ମହାପାତ୍ର, ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜକାନ୍ତ କର, ଫାର୍ମାସିଷ୍ଟ ଶ୍ରୀମୟ ରଥ, ହୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୁସ୍ମିତା ପୃଷ୍ଟି, ୟୁଡ଼ିଏସପୁର ଆୟୁଷ ଡାକ୍ତର ଡାକ୍ତର ପାଲଟାସିଂ ପ୍ରମୁଖ ପୁରସ୍କାର ଗ୍ରହଣ କରିଥିଲେ । ସ୍ଵଚ୍ଛ ପରିବେଶ, ଉତ୍ତମ ବ୍ୟବହାର, ସ୍ୱାସ୍ଥ୍ୟରକ୍ଷା ସେବା, ଉତ୍ତମ ପରିଚାଳନା, ସୌନ୍ଦର୍ଯ୍ୟକରଣ, ଉତ୍ତମ ବାତାବରଣକୁ ମାନଦଣ୍ଡ ଭାବେ ବିଚାର କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.