ପୁଇଁତୋଳା ଏମ୍‌ଇ ସ୍କୁଲ ପିଲାଙ୍କୁ ପରିଚୟ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜାତୀୟ ରାଜପଥ ପାର୍ଶ୍ଵରେ ପୁଇଁତୋଳା ମଧ୍ୟ ଇଂରାଜୀ ସ୍କୁଲ ଅବସ୍ଥିତ । ଏହି ସ୍କୁଲଟି ଏଡେଡ଼୍‌ ସ୍କୁଲ ହୋଇଥିବାରୁ ସରକାରଙ୍କ ପକ୍ଷରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ପୋଷାକକୁ ଛାଡିଦେଲେ ଅନ୍ୟାନ୍ୟ ସୁବିଧାରୁ ବଂଚିତ ହେଉଛନ୍ତି ଛାତ୍ରୀଛାତ୍ର । ଗୁରୁଦିବସ ଅବସରରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ ଗ୍ରାସୀମ କମ୍ପାନୀ ପକ୍ଷରୁ ସୋମବାର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ପରିଚୟ ପତ୍ର ପ୍ରଦାନ ବେଳେ କମ୍ପାନୀ ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ, ସହ ଶିକ୍ଷକ ସୁରେନ୍ଦ୍ର କୁମାର ଦଳାଇ, ଗଞ୍ଜାମ ପ୍ରେସ୍‌ କ୍ଲବ ସମ୍ପାଦକ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲର ୫୧ ଜଣ ଛାତ୍ରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.