ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗିରିଧାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ରାଜ୍ୟରେ ସମସ୍ତଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀମାନେ ଘର ପାଇ ପାରୁ ନାହାନ୍ତି । ଅଫିସର ବାବୁଙ୍କୁ ଯିଏ ଟଙ୍କା ଦେବାର ଅନେକ ଉଦାହରଣ ଅଛି । ଯେଉଁ ବ୍ୟକ୍ତି ଟଙ୍କା ଦେଇ ପାରିଲା ନାହିଁ ତାଙ୍କୁ ଘର ମିଳୁ ନାହିଁ । ପଦ୍ମପୁର ବ୍ଲକ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହୀ ଗିରିଧାରୀ ସାହୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । କିଛି ବର୍ଷ ପୂର୍ବେ ଘର ଖଣ୍ଡିଏ ତାଙ୍କ ବାପା‌ଙ୍କ ନାମରେ ଘର ନିର୍ମିତ ହୋଇଥିଲା । ହେଲେ ସେହି ଘରରେ ବର୍ଷା ଦିନରେ ପାଣି ଗଳୁଛି । ଏହି ପରିସ୍ଥିତିରେ ଘର ଖଣ୍ଡିଏ ପାଇବା ପାଇଁ ସେ ଜଣେ ପ୍ରକୃତ ହିତାଧିକାରୀ ଅଟନ୍ତି । ସରପଞ୍ଚ ଓ ପିଇଓଙ୍କ ଠାରେ ଅନେକ ଥର ହାରି ଗୁହାରୀ କଲେ ମଧ୍ୟ ସେ କି‌ନ୍ତୁ ପାଇ ପାରି ନାହା‌ନ୍ତି ଘର ଖ‌ଣ୍ଢିଏ । ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡିଏ ମିଳିବା ପାଇଁ ସ୍ଥାନୀୟ ବାସି‌ନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.