ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର : ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରଚାରକୁ କରିବେ ଜୋରଦାର । ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ । ପୂର୍ବାହ୍ନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲି ଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ । ସେହିପରି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ଅମିତ ଶାହ । ଏହାପୂର୍ବରୁ ଏକାଧିକ ଥର ଓଡ଼ିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଶାହ। ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଆସି ମାରାଥନ୍‌ ପ୍ରଚାର ବି କରିଛନ୍ତି ।

Leave A Reply

Your email address will not be published.