ବୌଦ୍ଧ ଜିଲ୍ଲା ବିଧାନସଭା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ଧୂଆଁଧାର ପ୍ରଚାର

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧରେ ଶୁଭୁଚି ପରିବର୍ତ୍ତନର ସ୍ୱର ଏଥର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନି ମୁଖ୍ୟ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କିଏ ବାଜି ମରିବ ବୌଦ୍ଧ ବିଧାନସଭା ଆସନ । ନେତା ଅସ୍ତବ୍ୟସ୍ତ । ଜନତା ଜନାର୍ଦ୍ଦନ ଚୁପଚାପ୍ । ଜଣା ପଡୁନି କାହା ମୁଣ୍ଡରେ ରହିବ ବିଜୟର ମୁକୁଟ । ତଥାପି ବିଭିନ୍ନ ଦଳଙ୍କ ଦ୍ଵାରା ଭୋଟରଙ୍କ ପାଖରେ ପହଞ୍ଚିବାକୁ ଜୋର୍‌ଦାର୍‌ ଉଦ୍ୟମ ଜାରି ରହିଛି । ବୌଦ୍ଧ ବିଧାନସଭା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ମଧ୍ୟ ଗାଁ ଗାଁ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ଜନତାଙ୍କ ଆଶିର୍ବାଦ ଭିକ୍ଷା କରୁଛନ୍ତି । ଆଜି ଶ୍ରୀ ପ୍ରଧାନ ବୌଦ୍ଧ ଜିଲ୍ଲାର ସର୍ବବୃହତ ଗ୍ରାମ ସରସରାରେ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ପହଞ୍ଚି ଘରକୁ ଘର ବୁଲି ଲୋକଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ କ୍ଷ ଗ୍ରାମର ସାହିକୁ ସାହି ବୁଲି ଜନତାଙ୍କ ସହିତ ମିଶି ସେମାନଙ୍କ ଆଶିର୍ବାଦ ଲୋଡିଥିଲେ । ବିଭିନ୍ନ ସ୍ଥାନରେ ତାଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଗ୍ରାମର ସବୁଠାରୁ ଅଧିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବେହେରପଡ଼ାର ସାହି ବାସିନ୍ଦା ଯେଉଁମାନେ କି ମାଟିଝାଟି ଘର ଉପରେ ଜରିପାଲ ଟାଣି ରହୁଛନ୍ତି ସେମାନେ ସେମାନଙ୍କ ଦୁଃଖ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ । ଘର ଖଣ୍ଡେ ତାଙ୍କ ପାଇଁ ବହୁତ ଦୂର । ଏଠି ମିଳୁନି ପାନୀୟ ଜଳ । ପାଇଖାନା ନାହିଁ ଇତ୍ୟାଦି । ଏହିପରି ଜିଳ୍ଲାର ଅନେକ ସ୍ଥାନରେ ପରିବର୍ତ୍ତନର ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଲା ଜୁନ ୪ ତାରିଖରେ ହାତୀ କାହା ମୁଣ୍ଡରେ କଳସୀ ଢାଲୁଚି ।

Leave A Reply

Your email address will not be published.