
ବଲାଙ୍ଗିର, (କେପିଏନ୍ଏସ୍) : ମାରାଥନ୍ ପ୍ରଚାରରେ ବାହାରିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତାଙ୍କୁ ନେଇ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ବୁଲି ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କ ସହ ନିଜ ପାଇଁ ଜନ ସମର୍ଥନ ସାଉଁଟୁଛନ୍ତି କଳିକେଶ । ଆଜି ଏହି କ୍ରମରେ ବଲାଙ୍ଗିର ଶାନ୍ତିପଡ଼ାରେ ଦେଖିବାକୁ ମିଳିଛି କଳିକେଶଙ୍କ ମାରାଥନ୍ ପ୍ରଚାର । ଶାନ୍ତିପଡ଼ାର ଘରକୁ ଘର ଯାଇ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ୍ ଭିକ୍ଷା କରିଛନ୍ତି । କଳିକେଶଙ୍କ ସହ ତାଙ୍କ ଧର୍ମପତ୍ନୀ ମେଘ୍ନା ସିଂହଦେଓ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାଉନ୍ସିଲର୍ ସରିତା ଦାଶ, ଲଲାଟେନ୍ଦୁ ପଟ୍ଟନାୟକ, ଅବସରପ୍ରାପ୍ତ ସୈନିକ ସଂଘ ସାଧାରଣ ସଂପାଦକ ପ୍ରତାପ ରଥଙ୍କ ସହ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ବିଜେଡ଼ି କର୍ମୀମାନେ ସାମିଲ୍ ଥିଲେ ।