oom

ଟିଟିଲାଗଡ଼ ବ୍ଲକ ସ୍ତରରେ ଟୁକୁନୀ ସାହୁଙ୍କ ମାରାଥନ ପ୍ରଚାର

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବାଞ୍ଜିପଦର, ଲୁଥୁର ବନ୍ଦ ଓ ଘଟିବାହଲି ପଂଚାୟତର ବିଭିନ୍ନ ଗାଁ ମାଙ୍କରେ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁଙ୍କ ମାରାଥନ ପ୍ରଚାର । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଥିବା ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଗତକାଲି ବଲାଙ୍ଗିର ଗସ୍ତରେ ଆସିଥିଲେ । ନିଜ ନିର୍ବାଚନ ମଣ୍ଡଳୀ ତଥା ବଲାଙ୍ଗିର ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଯାହା କି ୧୦୦ ୟୁନିଟ୍‌ ବିଜୁଳି ମାଗଣା, ଆସନ୍ତା ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନ୍‌ସନ୍‌, ମାଁ ମାନଙ୍କୁ ବିନା ଶୁଧରେ ୧୫ ଲକ୍ଷ ଟଙ୍କା ଋଣ ଦିଆଯିବ, ଗ୍ରାମୀଣ ଗୃହ ଯୋଜନାରେ ମିଳିବ ୧୦ ଲକ୍ଷ ଘର, ନୁଆଁ ଓ ଛାତ୍ରବୃତ୍ତିରେ ପୁଅକୁ ୧୨ ଓ ଝିଅଙ୍କୁ ୧୪ ହଜାର, କୃଷକ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଏମିତି ଅନେକ ଯୋଜନା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ନେଇକି ଲୋକଙ୍କ ପାଖରେ ଘରକୁ ଘର ଯାଇ ଆଜିର ଶ୍ରୀମତୀ ସାହୁ ତାଙ୍କର ପ୍ରଚାର ସହ ଭୋଟରଙ୍କ ଠୁ ଭୋଟ ଭିକ୍ଷା କରିଥିଲେ । ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ରୁଟୁ ବାଗ, ବିକାଶ ପାଣିଗ୍ରାହୀ, ଦିଲ୍ଲୀପ ବାଗ, ତପନ ଛତର, ତୁଳସୀ ସାହୁ, ଶ୍ୟାମପ୍ରସାଦ ଗାରିଆ, ଶ୍ରୀକାନ୍ତ ବେହେରା, ଗୀତା ବିଶି, ପଦ୍ମଲୋଚନ ପୋଢ଼ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜିର ଏହି ପ୍ରଚାରରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.