ଦିଲ୍ଲୀପ ରାୟଙ୍କ ପାଇଁ ମାରାଥନ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନିର୍ବାଚନ ପାଇଁ ଏକ ସପ୍ତାହରୁ କମ୍ ସମୟ ଥିବାବେଳେ ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଏସ୍‌ଟିଆଇ, ଏଫସିଆଇ, ଦେଓଗାଁ, ବାଲୁଘାଟ, ରୂପଟୋଲା, ତପସ୍ୱିନୀ ମାର୍କେଟ ଆଦି ଅଂଚଳରେ କରାଯାଇଛି । ଏଥିରେ ପି. ପି ରାୟ, ଜଗବନ୍ଧୁ ଜେନା, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ଭୀମ ସାହୁ, ପପୁ ଶତପଥୀ ପ୍ରମୁଖ ପ୍ରଚାର କରିଥିଲେ । ସେହିପରି ଶ୍ରୀ ରାୟ ଦେଓଗାଁ ଠାରେ ପଦଯାତ୍ରା କରି ସେଠାକାର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେ ବିଜୟୀ ହେଲେ ସେସବୁ ପ୍ରତି ଦୃଷ୍ଟି ଦେବେବୋଲି କହିଥିଲେ । ଏହି ପଦଯାତ୍ରାରେ ଉପରୋକ୍ତ କର୍ମକର୍ତ୍ତାଙ୍କ ସହ ଦିଲ୍ଲୀପ ମହାନ୍ତି, ପ୍ରଭା ଜେନା, ପ୍ରଭା ପାର୍ଣ୍ଣାଣ୍ଡିଜ, ରମେଶ ହରିଚନ୍ଦନ, ଦେବାଶିଷ ମହାନ୍ତି, ମାଧବ ସାହୁ, ମନୋଜ ବେହେରା, ମନୋଜ ଦାସ ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସେହିପରି ମିଶ୍ରଣ ପର୍ବରେ କଂଗ୍ରେସର ପ୍ରାକ୍ତନ ମହିଳା ସମ୍ପାଦିକା ରାଜଲକ୍ଷ୍ମୀ ପାତ୍ର ଶ୍ରୀ ରାୟଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇବା ସହ ବିଜେପିରେ ମିଶିଥିଲେ ।

Leave A Reply

Your email address will not be published.