ଝାରମୁଣ୍ଡାରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

  • ଶହ ଶହ ମହିଳାଙ୍କ ଶୋଭାଯାତ୍ରାରେ ଘର ଘର ବୁଲି ଭୋଟ ଭିକ୍ଷା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି । ଏହି କ୍ରମରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍ ଧରିଛି । ରବିବାର ସଂଧ୍ୟାରେ ଶହ ଶହ ମହିଳାଙ୍କ ଶୋଭାଯାତ୍ରାରେ ବିଜେଡ଼ି ନେତ୍ରୀ ଅଞ୍ଜଳି ନାଏକଙ୍କ ନେତୃତ୍ଵରେ ଘର ଘର ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ସହ ସାଂସଦଙ୍କୁ ମଧ୍ୟ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ କରାଇବାକୁ ଭୋଟର୍‌ଙ୍କୁ କହିଛନ୍ତି । ଏହି ଅବସରରେ ଝାରମୁଣ୍ଡା ବସ୍ତି ଶଙ୍ଖମୟ ହୋଇଯାଇଥିଲା । ଶଙ୍ଖ ଧ୍ୱନିରେ ଗାଁ ଦଣ୍ଡ କମ୍ପି ଉଠି ଥିବାବେଳେ ବିଜେଡି ପ୍ରାର୍ଥୀ ନିହାରଙ୍କ ପ୍ରତି ଭୋଟରଙ୍କ ସମର୍ଥନ ବୃଦ୍ଧି ପାଇଥିବା ଦେଖାଯାଇଥିଲା । ଶହ ଶହ ସଂଖ୍ୟାରେ ମହିଳାଙ୍କ ଏହି ପ୍ରଚାର ଶୋଭାଯାତ୍ରା ଗାଁର ସମସ୍ତ ଗଳିକନ୍ଦି ବୁଲି ନିହାରଙ୍କ ସମର୍ଥନ ମାଗିଥିଲା । ଯାହାକି ଭୋଟରଙ୍କ ମନକୁ ଛୁଇଁ ପାରୁଥିଲା । ବହୁ ସଂଖ୍ୟାରେ ମହିଳା ସମେତ ପୁରୁଷ ଭୋଟର ନବୀନ ପଟ୍ଟନାୟକଙ୍କ ସମର୍ଥିତ ବିଜେଡ଼ି ପ୍ରାର୍ଥୀ ନିହାରଙ୍କୁ ଭୋଟ୍‌ ଦେବାକୁ ସମର୍ଥନ ଜଣାଇ ଥିଲେ । ଏହାସହ ପରେ ଲୁଚକିବାହାଲ ଗ୍ରାମରେ ମଧ୍ୟ ଅନୁରୂପ ଭାବେ ପ୍ରଚାର ହୋଇଥିବା ବେଳେ ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଇଛି ।

Leave A Reply

Your email address will not be published.