ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ପାଇଁ ପ୍ରଚାର କଲେ ପ୍ରମୋଦ ପ୍ରଧାନ, ପଞ୍ଚା ସାହୁ , ବିଜୟ ମେହେର, ରଞ୍ଜୁ ରାଇମନ୍ ଓ ମମତା ଦେବୀ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି କ୍ଷେତ୍ରରେ ମାହୋଲ ସରଗରମ ହୋଇ ଉଠିପଡ଼ିଛି । ଖାସ କରି ଟିଟିଲାଗଡ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାବେଶରେ ଯୋଗ ଦେଇଥିବା ଟିଟିଲାଗଡ଼ର ସୁପରିଚିତ ବ୍ୟକ୍ତିବିଶେଷ । ବିଜେଡି ଦଳ ପକ୍ଷରୁ ଗୋଟି ଚାଳନା କରୁଥିବା ପ୍ରମୋଦ ପ୍ରଧାନ, ଧିର ପାଣି ପଥର କାଟେ ସଦୃଶ ବ୍ୟକ୍ତି ପଞ୍ଚା ସାହୁ, ନାରୀ ନେତ୍ରୀ ରଞ୍ଜୁ ରାଇମନ୍‌, ସୋସିଆଲ୍‌ ମିଡିଆରେ ହକ୍‌ ପାଇଁ ଲଢେଇ କରୁଥିବା ସମାଜସେବୀ ବିଜୟ ମେହେର ଭଳି ବ୍ୟକ୍ତିତ୍ୱ ବିଜେପିରେ ଯୋଗ ଦେଇଥିଲେ । ଏମାନଙ୍କ ଯୋଗଦାନ ପରେ ରାଜନୀତି ପାଣିପାଗ ବଦଳି ଯାଇଥିଲା । ଅଙ୍କ କସୁ ଥିବା ରାଜନୀତିକ ବିଶାରଦ ମାନଙ୍କ ଆଖିରୁ ନିଦ ହଜିଗଲା । ଧିରେ ଧିରେ ଏହି ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ ସଦସ୍ୟ ଏବେ ବାହାରି ପଡିଛନ୍ତି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଆଣିବା ପାଇଁ । ଗାଁ ଗାଁ ବୁଲି ନିଜର ପୁରୁଣା ସମର୍ଥକ, ସଂଗଠନକୁ ଧରି ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ପାଇଁ ପ୍ରଚାର ଜୋର୍‌ଦାର୍‌ କରିଛନ୍ତି । ଲୋକଙ୍କ ଅଦ୍ଭୁତ ପୂର୍ବ ସମର୍ଥନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସଇଁତଲା ବ୍ଲକର ଘୁନସର୍ ଗ୍ରାମରେ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରଞ୍ଜୁ ରାଇମନ୍, ପ୍ରମୋଦ ପ୍ରଧାନ, ପଞ୍ଚା ସାହୁ, ବିଜୟ ମେହେର, ନିରୂପମା ମାଝି, ବିଜେପି ନେତା ମହେନ୍ଦ୍ର ଠାକୁର, ଡୋଳାମଣି ବସ୍ତିଆ, ମନୁ ବେହେରା, ପ୍ରକାସ ଗହିର ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନେତୃତ୍ୱ ବୃନ୍ଦ ଉପସ୍ଥିତ ଲୋକଙ୍କୁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ କ୍ଷମତାରେ ପରିବର୍ତ୍ତନ ଆଣିବା ପାଇଁ ଆପଣ ମାନଙ୍କ ସମର୍ଥନ ଜରୁରୀ ବୋଲି କହିବା ସହ ବିଜେପି ଚିହ୍ନ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ଜିତାଇବା ପାଇଁ କହିଥିଲେ ।

Leave A Reply

Your email address will not be published.