ପୋଷ୍ଟର ମାଧ୍ୟମରେ ଅଭିନବ ଢ଼ଙ୍ଗରେ ପ୍ରଚାର କଲେ ଜନମଞ୍ଚର ସଦସ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନ ଦଳମାନଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ୱାର୍ଡ ନଂ ୭ ବାବାଜୀପଡ଼ା ସ୍ଥିତ କାଳାକାହ୍ନୁ ମନ୍ଦିର ସମ୍ମୁଖରେ ଜନମଞ୍ଚ ପକ୍ଷରୁ ପୋଷ୍ଟର ଲଗାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜନମଞ୍ଚ ପକ୍ଷରୁ ସହରରେ ରହିଥିବା ସମସ୍ୟା ଗୁଡିକୁ ଉଲେ୍‌ଲ୍ଲଖ କରି ପୋଷ୍ଟରକୁ ଦେଖି ସଚେତନ ନାଗରିକମାନେ ନିଶ୍ଚିତ ଭାବେ ଉପଲବ୍ଧି କରି ସ୍ଵାଧୀନ ପ୍ରାର୍ଥୀଙ୍କ ପ୍ରତି ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ସ୍ବାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା । ସ୍ଵାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ବିଜୟ ଲାଭ କଲେ ସହରର ସମସ୍ୟା ଦୂର କରିବା ସହ ଏକ ସ୍ୱଚ୍ଛ ନର୍ମଳ ପାଟଣାଗଡ଼ ସହର ଗଢି ତୋଳିବା ବୋଲି ଜନମଞ୍ଚ ସଦସ୍ୟ ତଥା କାଉନସିଲର ପ୍ରାର୍ଥୀ ଡିଙ୍ଗର କୁମ୍ଭାର କହିଛନ୍ତି । ଜନମଞ୍ଚ ସିଭିଲ ସୋସାଇଟି ଜନ୍ମ ନେବା ଦିନଠାରୁ ପାଟଣାଗଡ଼ ସହର ଅନେକ ସମସ୍ୟାର ସମାଧାନ ପାଇଁ ଜନମଞ୍ଚ ଜନହିତକର ପଦକ୍ଷେପ ଗ୍ରହଣ କରିଛନ୍ତି ତେଣୁ ଜନମଞ୍ଚ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେବାକୁ ସହ ଜନମଞ୍ଚର ପ୍ରାୟସକୁ ନିଶ୍ଚିତ ଭାବେ ଜନସମର୍ଥନ ରହିବ ବୋଲି ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.