ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ୍‌ ପ୍ରଚଳନ ହେଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌ ବିଗତ ଦିନରେ ଦେଇଥିବାରୁ ରେଳମନ୍ତ୍ରୀଙ୍କୁ ଥିଙ୍କର୍ସ ଫୋରମ୍ କୃତଜ୍ଞତା ଜଣାଇଛି । କଲିକତା ପୂର୍ବ ଭାରତର ଏକମାତ୍ର ମେଟ୍ରୋ ସହର ଓ ରାଉରକେଲା ତଥା ନିକଟବର୍ତ୍ତୀ ସମସ୍ତ ଜନସାଧାରଣ ଏହା ଉପରେ ବ୍ୟବସାୟ, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଦୂର ସ୍ଥାନ ଯିବା ପାଇଁ ବିମାନ ସେବା ତଥା ଦୈନନ୍ଦିନ ଯାତ୍ରା ପାଇଁ ନିର୍ଭର କରିଥାନ୍ତି । ରାଉରକେଲାରୁ ଜନଶତାବ୍ଦି ବା ଇଣ୍ଟରସିଟି ଭଳି ଏକ ଦୃତଗାମୀ ଟ୍ରେନ୍ ପ୍ରାତଃ କାଳରୁ ବାହାରି, ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରି ରାତି ସମୟରେ ରାଉରକେଲାରେ ପହଞ୍ଚିଲେ ଜନସାଧାରଣ ବିଶେଷ ଉପକୃତ ହେବେ । ଏହା ବ୍ୟତୀତ କଲିକତା ଓ ମୁମ୍ବାଇ ଓ କଲିକତା ପୁନେ ଚାଲୁଥିବା ଦୁଇଟି ଦୁରୋନ୍ତୋ ଟ୍ରେନ୍‌ର ଓଡ଼ିଶାରେ କୌଣସି ରହଣି ନାହିଁ, ଯଦିଓ ଛତିଶଗଡ ଭଳି ଏକ ଛୋଟ ରାଜ୍ୟରେ ୧୧୦ କିମି ଦୁରତ୍ଵରେ ରାୟପୁର ଓ ବିଲାସପୁରରେ ଦୁଇଟି ରହଣି ଅଛି । ରାଉରକେଲାରେ ଯଦି ଗୋଟିଏ ରହଣି କରାଯାଏ ଏହା ସର୍ବନିମ୍ନ ୧୬୫ କିମି ହେବା ସହିତ ସମସ୍ତ ଓଡ଼ିଶାବାସୀ ଏପରିକି ରାଞ୍ଚି ଅଞ୍ଚଳର ଯାତ୍ରୀ ମଧ୍ୟ ଉପକୃତ ହେବେ । ଉପରୋକ୍ତ ଦାବିକୁ ନେଇ ଥିଙ୍କର୍ସ ଫୋରମ୍‌ର ଆବାହକ ନଳିନୀକାନ୍ତ ଧର, ଡ. ସୁମନ୍ ଦତ୍ତ ବନ୍ଦେ ଭାରତ ଉଦ୍‌ଘାଟନ ଉତ୍ସବରେ ରେଳ କର୍ତ୍ତୃପକଷଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ରେଳ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରେରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସାଧାରଣ ଲୋକ ୧୫୦ ଟଙ୍କାରେ ଯାଇ ପାରିବ, ଯାହାକି ବନ୍ଦେ ଭାରତରେ ୧୨୦୦ ଟଙ୍କା ଦେବାକୁ ପଡିବ । ତେଣୁ ସମସ୍ତେ ବନ୍ଦେ ଭାରତରେ ଉପକୃତ ହେବେ ନାହିଁ । ତା ପରେ ଆମେ ଏହି ଟ୍ରେନ ଇଣ୍ଟରସିଟି ଭଳି ସକାଳେ ଦାବି ଜଣାଇଛୁ ଯାହାର ବିଶେଷ ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ, ବିଧାୟକ ବି ମତ ରଖିଛନ୍ତି ବୋଲି ଶ୍ରୀ ଧର ଜଣାଇଛନ୍ତି ।

Leave A Reply

Your email address will not be published.