ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତଙ୍କ ଦେହାନ୍ତ

କଟକ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତ(୫୨)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସିଡିଏ ସେକ୍ଟର-୬ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ସେ ଦୁଇ ଦିନ ହେଲା ଚିକିତ୍ସିତ ହେଉଥିଲେ । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ୱେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ଶ୍ରୀ ରାଉତଙ୍କ ପରଲୋକ ଖବର ସବୁ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.