om academy

କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ ଏବଂ ପ୍ରବାସୀ ମଞ୍ଚ କାର୍ଯ୍ୟକ୍ରମ

jsm

ଭୁବନେଶ୍ଵର : ମେଘ ସହିତ ଯେପରି ସବୁଜିମାର ସମ୍ପର୍କ ରହିଛି । ଆବେଗ ସହିତ ସାହିତ୍ୟର ସେହିଭଳି ସମ୍ପର୍କ ରହିଛି । ସାହିତ୍ୟ ଏକାଡେମୀ ପକ୍ଷରୁ ରୋଟାରି ଭବନରେ ଆୟୋଜିତ ‘ମୁଲାକାତ’ ଓ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଭଳି କହିଛନ୍ତି ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ । କର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟୟ ‘ମୁଲାକାତ’ରେ ସେ ଉପସ୍ଥିତ ଯୁବ ଲେଖକ ତଥା ଲେଖିକାମାନଙ୍କୁ ସାହିତ୍ୟରେ ଆବେଗ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚାରି ଜଣ ଯୁବ ଲେଖକ ସ୍ଵରଚିତ କ୍ଷୁଦ୍ର ଗଳ୍ପ ଓ କବିତା ପାଠ କରିଥିଲେ । ଯେପରିକି ମନୀଷା ବିଶ୍ଵାଳ ତାଙ୍କ କବିତା ‘ପ୍ରେମ କବିତା’, ଶଶାଙ୍କ ପ୍ରିୟସଖା କ୍ଷୁଦ୍ର ଗଳ୍ପ ‘କେବେ ମଙ୍ଗଳ କେବେ ଜହ୍ନ’, ସୁପ୍ରିୟା ପଣ୍ଡା କ୍ଷୁଦ୍ର ଗଳ୍ପ ‘ଅଭିମାନ’ ଓ ତୃପ୍ତିରଞ୍ଜନ ଦାସ କବିତା ‘ପ୍ରବାସ’ ପଠନ କରିଥିଲେ । ଆରମ୍ଭରେ ଏକାଡେମୀ ପକ୍ଷରୁ କବି ସୁନିଲ କୁମାର ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରବାସୀ ଓଡ଼ିଆ, ବରିଷ୍ଠ ଲେଖକ ତଥା ପ୍ରକାଶକ ସତ୍ୟ ପଟ୍ଟନାୟକ ଯୋଗଦେଇ ବହି ହଜେଇ ଦେବା ଠାରୁ ପାପ ଦୁନିଆରେ କିଛି ନାହିଁ ବୋଲି କହିଥିଲେ । କାରଣ କେଉଁ ବହି କେତେବେଳେ କେଉଁ କାମରେ ଲାଗି ଯିବ କହି ହେବ ନାହିଁ । ପାଠକ ସୃଷ୍ଟି ହେବା ଏକାନ୍ତ ଆବଶ୍ୟ । ଅନୁବାଦକମାନେ ଯେ, କୌଣସି ବହି ଅନୁବାଦ କରିବା ପୂର୍ବରୁ ତାହାର ଠିକ୍‌ ଗବେଷଣା କରିବା ଏକାନ୍ତ ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଏଥିସହିତ ସେ ନୋବେଲ ପୁରସ୍କାର ତଥା ଅନ୍ୟାନ୍ୟ ପୁରସ୍କାରର ଜଟିଳତାକୁ ବୁଝାଇବା ସହିତ ଓଡ଼ିଆ ପାଠକ ଓ ଲେଖକ ବଢ଼େଇବା ପାଇଁ ଏକ ସମ୍ମିଳିତ ସଂଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସାହିତ୍ୟିକମାନେ ନିଜ ବହି ପ୍ରକାଶନ ସମୟରେ ନିଜ ଆବଶ୍ୟକତା ଓ ପ୍ରକାଶନୀ ସଂସ୍ଥାର ଗୁଣାବଳୀ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.