ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ସିଧାସଳଖ ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ବ୍ଲକର ବିଭିନ୍ନ ଛକ ସହ ସହିଦ ଲକ୍ଷ୍ମଣ ନାୟକ ଚାରିଛକରେ ବ୍ୟାନର ଲଗାଇ ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୁଦ୍ଧରେ ନାରାବାଜି କରୁଛନ୍ତି । କଂଗ୍ରେସର ବନ୍ଦ ପାଳନ ଯୋଗୁଁ ବ୍ଲକର ସମସ୍ତ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ କଂଗ୍ରେସ ଓ ବାମଦଳ ପକ୍ଷରୁ ପିକେଟିଙ୍ଗ କରି ବନ୍ଦ କରିଥିଲେ । ଆନ୍ଦୋଳନକାରୀ କଂଗ୍ରେସ କର୍ମୀ ମାନେ ଉଚିତ ନ୍ୟାୟ ଦାବି କରି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
