ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଠିକାଦାରପଡ଼ା ସ୍ଥିତ ଲକ୍ଷ୍ମୀଯୋର୍ ଉପରେ ରହିଥିବା ବ୍ରିଜ୍ ଉପରେ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ନେଇ ‘କୋଶଳ ପ୍ରବାହ’ରେ ଗତକାଲି ଖବର ପ୍ରସାରଣ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ବିଭାଗୀୟ କର୍ମଚାରୀମାନେ ଆସି ମୁଖ୍ୟରାସ୍ତାର ଲକ୍ଷ୍ମୀଯୋର୍ ବ୍ରିଜ୍ ଉପରେ ରାସ୍ତାକୁ ମରାମତି କରିଛନ୍ତି । ଏଥିପାଇଁ ଜନ ସାଧାରଣରେ ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପକୁ ସ୍ୱାଗତ କରାଯାଇଛି ।