‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ୧୪ ନମ୍ୱର ୱାର୍ଡର ଜାମ୍‌ ଥିବା ନାଳ ହେଲା ସଫା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହେଉଛି ମୌଳିକ ସୁବିଧା ତା’ସାଙ୍ଗକୁ ସହରର ବିକାଶ କାର୍ଯ୍ୟ ଅନ୍ୟତମ । ସହରକୁ ସଫା ସୁତୁରା ରଖିବା ପୌରପରିଷଦର ଦାୟିତ୍ଵ । ଗତକାଲି ଆମେ ୱାର୍ଡ ନମ୍ବର ୧୪ରେ ଥିବା ଗୋଶାଳା ନିକଟରେ ନାଳ ପାଣି ରାସ୍ତା ଉପରେ ଗଡୁଥିବା ନେଇ ଖବର ପ୍ରସାରଣ କରିଥିଲୁ । ରବିବାର ସକାଳୁ ପୌରନିର୍ବାହୀ ଅଧିକାରୀ ବିପିନ କୁମାର ଦୀପ ଏହି ବିଷୟରେ ଜମାଦାର ପ୍ରେମଙ୍କୁ ନିର୍ଦ୍ଦେଶ ଦେବା ପରେ ପୌର ପରିଷଦର ସଫେଇ କର୍ମଚାରୀମାନେ ନାଳକୁ ସଫା କରିଦେଇଛନ୍ତି । ନାଳ ଜାମ୍‌ର ମୁଖ୍ୟ କାରଣ ହେଲା ଗୋଶାଳାରୁ ନିର୍ଗତ ହେଉଥିବା ତସୁ ଓ ମଇଳା ନାଳରେ ଛାଡ଼ିବା ଯୋଗୁଁ ସେହି ନାଳ ଜାମ ହୋଇ ଆଗକୁ ଅସନା ପାଣି ନିର୍ଗତ ହୋଇପାରୁ ନ ଥିଲା । ଅନ୍ୟ ପଟେ ଗୋଶାଳା ନିକଟରୁ ଯମୁନା ଜୋରକୁ ସଂଯୋଗ କରୁଥିବା ନାଳ ମଧ୍ୟ ପୋତି ହେବା ଯୋଗୁଁ ଏହିପରି ସମସ୍ୟା ଉପୁଜୁଥିବା ଜଣାପଡିଛି । ଏହି ସଫେଇ କାର୍ଯ୍ୟକୁ ପ୍ରଶଂସା କରି ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ପଡ଼ାବାସୀ ଧନ୍ୟବାଦ ଜ୍ଞାପନ କରିଛନ୍ତି

Leave A Reply

Your email address will not be published.