ପଲସର୍‌ ଏନ୧୬୦ର ମାର୍କେଟରେ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ଆରଏମ ମୋଟର୍ସ ତରଫରୁ ବଜାଜ କମ୍ପାନୀର ପଲସର୍‌ ଏନ୧୬୦ର ଉଦ୍‌ଘାଟନ ହୋଇଯାଇଛି । ଏହି ବାଇକ୍‌ର ବିଶେଷତ୍ୱ ହେଲା ଏହା ଭାରତର ପ୍ରଥମ ୧୬୦ସିସି ବାଇକ, ଯେଉଁଥିରେ ଦ୍ୱେତ ଚାନେଲ, ଆଣ୍ଟି ବ୍ରେକିଂ ସିଷ୍ଟମ ଉପଲବ୍ଧ । ଏହାର ପିକଅପ ଭଲଥିବା ବେଳେ ମୂଲ୍ୟ ୧ଲକ୍ଷ ୨୭ ହଜାର ୬୯୨ଟଙ୍କା ରହିଛି । ଏହି ବାଇକକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପଶ୍ଚିମ ଓଡିଶାର ଉପସଭାପତି ତଥା ଆଞ୍ଚଳିକ ଅଧିକାରୀ ଅଂଶୁମାନ ଭୂଜବଳ ଓ ବିତ୍ତ ବିଭାଗର ଅଧିକାରୀ ଅନିଲ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅତିଥି ଶ୍ରୀ ଭୂଜବଳ ଏହି ଗାଡିର ଚାହିଦା ମାର୍କେଟରେ ବୃଦ୍ଧି ହେବାସହ ଏହା ଗ୍ରାହକଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ଆରଏମ ମୋଟର୍ସର ପ୍ରବନ୍ଧକ ମାନସ ମହାନ୍ତି ବାଇକ ସଂପର୍କରେ ଭିଡିଓ ମାଧ୍ୟମରେ ଗ୍ରାହକଙ୍କୁ ବୁଝାଇବା ସହ ବାଇକ କିଣିଥିବା ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ଶିବାନୀ ଦଳେଇ, ଅବିନାଶ ଯାଦବ, ବାପି ସାହୁ, ଚେଲେମ ମୁଣ୍ଡା, ମେଲାନୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.