centurian jitm

ବେଲଗାଁରେ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା

nschool

ସଇଁତଳା, (ପ୍ରମୋଦ ସେଲମା) : ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାରଙ୍କ ଭବାନୀପାଟଣା ଗସ୍ତ ଅବସରରେ ଟିଟିଲାଗଡ ଏଲ୍‌ଆଇସି କାର୍ଯ୍ୟାଳୟ ତରଫରୁ ବେଲଗାଁଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶାଖା ପ୍ରବନ୍ଧକ ଦୀପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭାଗୀୟ ଉନ୍ନୟନ ଅଧିକାରୀ ଓ ଅଭିକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରୀ କୁମାରଙ୍କ ସହ ମଣ୍ଡଳ ପ୍ରବନ୍ଧକ ଶ୍ୟାମଳ କାନ୍ତି ମହାନ୍ତି ଓ ମ୍ୟାନେଜର ଆଇଟି ଶରତ ପଣ୍ଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ନୂତନ ଉନ୍ନତ କାର୍ଯ୍ୟାଳୟ ଉଦ୍‌ଘାଟନ କରିବାକୁ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଗସ୍ତ ଉଦ୍ଧିଷ୍ଟ ଥିବା ବିଭାଗୀୟ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ଉପ ପ୍ରବନ୍ଧକ ରାଜେନ୍ଦ୍ର ମେହେର, ତାପସ ରଂଜନ ସୁନା, ଉନ୍ନୟନ ଅଧିକାରୀ ପ୍ରଣବ ମିଶ୍ର, ଅନୁପମ ଆଚାର୍ଯ୍ୟ, ନରେଶ ଜାଲ, ବରିଷ୍ଠ ଅଭିକତ୍ତା ଶିବ ପ୍ରସାଦ ପରିଡା, ମନୋଜ ଶତପଥି, ଅଭିକତ୍ତା ସଂଘ ସଭାପତି ବୁଲବୁଲ ମେହେର, ସୋମନାଥ ରଣା, ନରେନ୍ଦ୍ର ରଣା, ଅସୀମ କୁଣ୍ଡୁ, ଶେଷ ପ୍ରଧାନ, ପୁଷ୍କର ଖର୍ସେଲ ପ୍ରମୁଖଙ୍କ ସହ ବହୁ ଅଭିକତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!