ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ

ଭୁବନେଶ୍ୱର : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ପ୍ରବଳ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ସେଲସିୟସ, ସୋନପୁରରେ ୪୫.୩ ଡିଗ୍ରୀ ଏବଂ ଟିଟଲାଗଡରେ ତାପମାତ୍ରା ରହିଥିଲା ୪୫ ଡିଗ୍ରୀ । ସେହିପରି ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.