ଶ୍ରାବଣ ମାସର ଦ୍ଵିତୀୟ ସୋମବାର : ସକାଳୁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ପ୍ରବଳ ଭିଡ଼

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୁମୁଡ଼ା ପାହାଡ ଉପରେ ଅବସ୍ଥିତ ପ୍ରଭୁ ଧବଳେଶ୍ୱର ବାବାଙ୍କ ମନ୍ଦିର । ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ସେଥିପାଇଁ ଏହି ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ଭୋର ପାହାନ୍ତିଆରୁ କାଉଡ଼ିଆ ମାନେ ଦୂରଦୂରାନ୍ତରୁ ଆସି ନିଜର ମନସ୍କାମନା ପୂରଣ କରିବା ପାଇଁ ପ୍ରଭୁ ଧବଳେଶ୍ଵରଙ୍କ ଠାରେ ଜଳ ଅର୍ପଣ କରିଥିଲେ । ସେହିପରି ମନ୍ଦିରରେ ସହର ତଥା ଆଖପାଖ ଅଞ୍ଚଳର ବହୁତ ଭକ୍ତଙ୍କ ଭିଡ଼ ଜମିଥିଲା । ପୋଲିସ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦର୍ଶନ ପାଇଁ ସୁନ୍ଦର ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଶ୍ରାବଣ ମାସ ଆରମ୍ଭରୁ ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ଧବଳେଶ୍ୱରଙ୍କ ଶୃଙ୍ଗାର ବେଶ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି । ନୀତିଦିନ ବିଭିନ୍ନ ବେଶରେ ପ୍ରଭୁ ଧବଳେଶ୍ଵର ବାବାଙ୍କୁ ସଜ୍ଜିତ କରାଯାଉଛି । ପ୍ରଭୂ ଧବଳେଶ୍ଵରବାବା ଭକ୍ତଙ୍କ ସବୁ ମନସ୍କାମନା ପୁରଣ କରୁଥିବାରୁ ବହୁ ଦୂରରୁ ଆସି ବାବାଙ୍କ ଦର୍ଶନ ଲାଭ କରୁଛନ୍ତି । ଭକ୍ତ ମାନଙ୍କ ନିମନ୍ତେ ପ୍ରତି ସୋମବାର ଦିନ ଟିଟିଲାଗଡ଼ ଲାୟନ୍ସ କ୍ଲବ ଦ୍ଵାରା ସୁଖିଲା ଖାଦ୍ୟ ପୁଡିଆ, ପାଉଁରୁଟି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.