om academy

ପ୍ରବଳ ଖରାରେ ଭାଜି ହେଉଛି ଓଡ଼ିଶା

jsm

ଭୁବନେଶ୍ୱର : ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି । କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ । ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆହୁରି ୩ ଦିନ କଲକଲ କରିବ । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେଉଥିବା ‌ବେଳେ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଆସନ୍ତା ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.