ନୀଳକଣ୍ଠେଶ୍ୱର ମନ୍ଦିରରେ କୁନି କୁନି ଭକ୍ତଙ୍କ ପ୍ରବଳ ଭିଡ

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ଦକ୍ଷିଣ ଓଡିଶାର ପ୍ରସିନ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ପୀଠ ସହ ଅଂଚଳର କିଛି ଶୈବପୀଠ ଠାରେ ଶ୍ରାବଣ ତୃତୀୟ ପାଳି ସୋମବାର ଅବସରରେ ପ୍ରବଳ ଗହଳି ଲାଗି ରହିଥିବା ବେଳେ ବୈପାରିଗୁଡା ଠାରେ ମଧ୍ୟ ଛୋଟ ଛୋଟ ଶିଶୁ ଓ ପୁଅଝିଅ ମାନେ କାନ୍ଧରେ ପାଣି ଭାର ଧରି ଖାଲି ପଦାରେ ୫ କିମି ଠାରୁ ଅଧିକ ଚାଲି ଚାଲି ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ପହଂଚିଥିବା ଜଣାପଡିଛି । ବିଡ଼ିଘାଟ ନଦୀ ଘାଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଏହି ଛୋଟ ଛୋଟ ପିଲା ୫ କିମି ରାସ୍ତା ଅତିକ୍ରମ କରି ଶିବମନ୍ଦିର ବେଢାରେ ଲମ୍ବା ଲାଇନରେ ଠିଆ ହୋଇ ମହାହେବଙ୍କୁ ପାଣି ଢାଳିଥିବାର ଦେଖାଯାଇଛି । ବୈପାରିଗୁଡା ଛକରେ ଏହି ଛୋଟ ଛୋଟ ପିଲାମାନେ କାଉଡିଆ ବେଶରେ ବୋଲ୍‌ବମ୍ ହରହର ବମ୍‌, ଭୋଲା ବାବା ପାର କରେଗା ଭଳି ବିଭିନ୍ନ ନାରା ଦେଇ ପୀଠକୁ ଆଗମନ କରିଥିଲେ । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଢାଳିଲେ ପୁଣ୍ୟ ମିଳିବା ସହିତ ନିଜର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବୈପାରିଗୁଡାର ଦୁର୍ଗାମନ୍ଦିର ସାହିର କିଛି ଯୁବଗୋଷ୍ଠୀ ପ୍ରତିବର୍ଷ ଏହି ଛୋଟ ଛୋଟ ପିଲା ମାନଙ୍କୁ ନେଇ ବୋଲ୍‌ବମ୍ କାର୍ଯ୍ୟକ୍ରମ କରିଥାନ୍ତି ।

Leave A Reply

Your email address will not be published.