ଟିଟିଲାଗଡ଼ ବିପାସନା ଧ୍ୟାନ କେନ୍ଦ୍ର ତରଫରୁ ଜୈନ ଭବନ ଠାରେ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଜୈନ ଭବନ ଠାରେ ଟିଟିଲାଗଡ ବିପାସନା ଧ୍ୟାନକେନ୍ଦ୍ର ତରଫରୁ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସୁଦୂର ଗୁଜୁରାଟ ରାଜ୍ୟର ରାଜକୋଟରୁ ମାନ୍ୟବର ଗୁରୁଜୀ ରାଜୁଭାଇ ମେହେଟା ଆସି ଆଧ୍ୟାତ୍ମିକ ପ୍ରବଚନ ଦେଇଥିଲେ । ଏହି ଆଧ୍ୟତ୍ମିକ ପ୍ରବଚନ ଶୁଣିବାକୁ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ବିଭିନ୍ନ ମହିଳା ସଙ୍ଗଠନର ସଦସ୍ୟମାନେ ସାମିଲ ହୋଇଥିଲେ । ଯେଉଁମାନେ ଏହି ସଂଧ୍ୟାରେ ପ୍ରବଚନ ଶୁଣୁଥିଲେ ସେମାନଙ୍କ କହିବାନୁଯାୟୀ ଏହି ପ୍ରବଚନ ଶୁଣି ନିଜ ଜୀବନକୁ କିପରି ପରିବର୍ତ୍ତନ କରି ଶାନ୍ତିରେ ଜୀବନ ବିତାଇ ହେବ ସେ ବିଷୟରେ ଆମେ ଜ୍ଞାନ ଆହରଣ କରିବାକୁ ପାଇଲୁ ବୋଲି କହିଛନ୍ତି । ଟିଟିଲାଗଡ ବିପାସନା କେନ୍ଦ୍ରର ସଭାପତି ଅଶୋକ ସିହ୍ନା, ସମ୍ପାଦକ ଦୀପକ ନାୟକ, ସଦସ୍ୟ ପ୍ରଦୀପ ଜୈନ, କୈଳାସ ଜୈନ, ବିକାଶ ପାଢୀ ପ୍ରମୁଖ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.