oom

ପାଣି କାଦୁଅ ପଚ୍‌ପଚ୍‌ ଗଳିରାସ୍ତା : ପୌର ପରିଷଦ ସାଜିଛି ନିଦା ବିଷ୍ଣୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣି କାଦୁଅ ପଚ୍‌ପଚ୍‌ ଗଳିରାସ୍ତା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଥିପ୍ରତି ବଲାଙ୍ଗିର ପୌର ପରିଷଦ ନିଦା ବିଷ୍ଣୁ ସାଜିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ସହରର ୨ନଂ ୱାର୍ଡ ଅନ୍ତର୍ଗତ ଶାନ୍ତିପଡା ଛକରୁ ସିଆର୍‌ପିଏଫ୍‌ ଅଫିସ ଆଡକୁ ଯାଇଥିବା ମୁଖ୍ୟ ରାସ୍ତାର ଡାହାଣ ପଟକୁ ଲମ୍ବିଥିବା ୨ନମ୍ବର ଗଳିରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଏଠାରେ ଡ୍ରେନ ଉଚ୍ଚରେ ଥିବା ବେଳେ ଗଳି ରାସ୍ତାର ପାଣି ନିଷ୍କାସନ ହୋଇପାରୁ ନଥିବା ବେଳେ ସବୁବେଳେ ରାସ୍ତା ଉପରେ ପାଣି କାଦୁଅ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବଲାଙ୍ଗିର ପୌର ପରିଷଦ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.