ପାଟଣାଗଡ଼ ପୌର ନିର୍ବାଚନ : ଚାଲିଛି ଭୋଟ୍ ଗଣତି, ଅପରାହ୍ନ ସୁଦ୍ଧା ଫଳାଫଳ, ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ଏକ ହଜାର ଭୋଟ ଆଗରେ, ୮ ୱ।ର୍ଡରେ ବିଜେଡି କାଉନସିଲର ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ପାଟଣାଗଡ଼ ମ୍ୟୁନିସିପାଲଟି ୧୫ ୱ।ର୍ଡ ପାଇଁ ହୋଇଥିବା ଭୋଟ୍‌ର ଗଣତି ଚାଲିଛି । ଇଭିଏମ୍‌ରେ ସିଲ୍ ହୋଇଥିବା ୪ ଅଧ୍ୟକ୍ଷ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା ପଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ବିଜେଡି ଅଧକ୍ଷା ପ୍ରାର୍ଥିନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଏକ ହଜାର ଭୋଟର ଆଗରେ ରହିଥିବା ବେଳେ ୱାଡର଼୍ ନଂ ୧ ବିଜେଡି କାଉନସିଲର ହେମବତୀ ମେହେର ୧୮୦, ୱାର୍ଡ ନଂ ୨, ରୀତା ମେହେର ୧୯୦ ଭୋଟ ବ୍ୟବଧାନରେ, ୱାର୍ଡ ନଂ ୩, ସୁଜିତ ମେହେର ୩୯୧, ୱାର୍ଡ ନଂ ୪ରେ ଉଷାରାହା ୧୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୱାର୍ଡ ନଂ ୫ ଶ୍ରୀରାମ ଦଲେଇ ୱାର୍ଡ ନଂ ୬ ବିଜେଡି କାଉନସିଲର ଭାରତୀ ଯୁଗଳ ୪୭, ୱାର୍ଡ ନଂ ୭ ବିଜେଡି କାଉନସିଲର ରୁନାମହାନନ୍ଦ ୫୧, ୱାର୍ଡ ନଂ ୮ ବିଜେଡି କାଉନସିଲର ସୁରେନ୍ଦ୍ର ସା ୩୨ ଭୋଟରେ ବିଜୟୀ ହୋଇଥିବା ଭୋଟ ଗଣିତରେ ସୁଚନା ମିଳିଛି । ୮ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ବେଳେ ଭୋଟ ଗଣତି ଜାରି ରହିଛି ।

Leave A Reply

Your email address will not be published.