ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌର ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସରମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ନୋଡାଲ ଅଫିସର ଗଣଙ୍କୁ ତାଲିମ୍ ଦିଆଯାଇଛି । ଜିଲ୍ଲାପାଳ କହିଥିଲେ ସମସ୍ତ ପୋଲିଂ ଅଫିସରମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ପୌର ନିର୍ବାଚନ ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ୍ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ତାଲିମ୍ କାର୍ଯ୍ୟକ୍ରମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ପୋଲିଂ ଅଫିସରମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବିଷଦ୍ ଭାବରେ ତାଲିମ୍ ଦିଆଯାଇଛି ।
ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଯ୍ୟବେକ୍ଷକ ବିଶ୍ୱନାଥ ସାହୁ ଓ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ, ପିଡ଼ି ଡୁଡ଼ା, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଓ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।