ସର୍ବଭାରତୀୟ ପୋଷ୍ଟାଲ ଆଥଲେଟିକ୍ସ : ଓଡିଶାକୁ ୭ ପଦକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେରଳର ଥିରୁଅନନ୍ତପୁରମରେ ଅନୁଷ୍ଠିତ ୩୫ତମ ସର୍ବ ଭାରତୀୟ ପୋଷ୍ଟାଲ ଆଥଲେଟିକ ମିଟ ଓ ସାଇକ୍ଲି ଟୁର୍ଣ୍ଣାମେଂଟରେ ଓଡିଶା ପ୍ରତିଯୋଗୀମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଓଡିଶା ପୋଷ୍ଟାଲ ଟିମ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ କରିଛି । ମହିଳା ଲଙ୍ଗଜମ୍ପରେ ରେଣୁବାଳା ମହନ୍ତ ୪.୯୬ ମିଟର ଜମ୍ପ କରି ସ୍ୱର୍ଣ୍ଣ ଓ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.