ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି କର୍ମଚାରୀ କରୋନା ପଜିଟିଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ସିନାପାଲି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟର ମୋଟ ୩୯ ଷ୍ଟାପ୍‌ଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ତିନି ଜଣ ଜଣ କର୍ମଚାରୀଙ୍କ କରୋନା ପଜିଟିଭ ରହିଥିବା ସୁଚନା ମିଲିଛି । ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୋଟ ୧୮୪ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ଆଣ୍ଟିଜେନ୍‌ରେ ୧୧୨ ଓ ଭିଟିଏମରେ ୮୭ ଜଣଙ୍କ ଟେଷ୍ଟ କରାଯାଇଛି । ସିନାପାଲିରେ କରୋନା ପଜିଟିଭ ହେବା ପରେ ଜନସାଧାରଣଙ୍କ ମନରେ ପୁଣି ଭୟ ସ୍ରୁଷ୍ଟି ହେଉଥିବା ବେଳେ ସଚେତନ ରହିବା ପାଇଁ ବୁଦ୍ଧିଜୀବୀମାନେ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.