oom

ଖଟଖଟିଆ ସ୍କୁଲରେ ପୋଷାକ ବଣ୍ଟନ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ ହୋଇଯାଇଛି ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷକ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ଉଦ୍ୟନାଥ ମାଝୀ ଯୋଗଦେଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ ଓ ହଳେ ଜୋତା ବଣ୍ଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ଵଜିତ ବସ୍ତିଆ, ଶିକ୍ଷକ ସୁରେନ୍ଦ୍ର କମ୍ପ, ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଳିକ, ବୈଶାଖୁ ବସ୍ତିଆ, ରଂଜୁ ଅମାତ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.