oom

ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ଘଟଣା : ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବା ପାଇଁ ନିଷ୍ପତି

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶଙ୍କ ଆବାହକତ୍ୱରେ ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଦର ମହକୁମାରେ ଥିବା ଆଦର୍ଶ ଥାନାର କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ୧୮ ତାରିଖ ରାତିରେ ଯେଉଁ ଭାବରେ ସାମ୍ବାଦିକଙ୍କୁ ଅସଭ୍ୟ ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଗୋଡ଼ାଇ ଗୋଡ଼ାଇ ପିଟିବା ଭଳି କଟୁ ମନ୍ତବ୍ୟରେ ଧମକ ଦେଇଥିବା ଅଡିଓ ଭାଇରାଲ ଘଟଣାରେ କନ୍ଧମାଳ ଏସପି ଡ.ଭିନିତ ଅଗ୍ରୱାଲ ଆଜି ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଥିବା ମତ ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ନିନ୍ଦା କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି କନ୍ଧମାଳ ଏସପିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଘଟଣାକୁ ୯ଦିନ ବିତିଥିବା ବେଳେ କନ୍ଧମାଳ ଏସପି କେବଳ ସବ୍‌ଇନ୍ସପେକ୍ଟରକୁ ହେଡ କ୍ୱାଟରକୁ ବଦଳି କରିବା ସହ ଜଣେ ଡିଏସପିକୁ ତଦନ୍ତ ନିର୍ଦ୍ଦେଶ ଦେଇ କାମ ସାରି ଦେଇଛନ୍ତି । ଯାହା ସାମ୍ବାଦିକମାନଙ୍କ ମଧ୍ୟରେ କ୍ଷୋଭୋ ପ୍ରକାଶ ପାଇଛି । ଯଦି କନ୍ଧମାଳ ଏସପି ସବ୍‌ଇନ୍ସପେକ୍ଟରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ଥାନା ସମ୍ମୁଖରେ ପ୍ରତୀକ ପ୍ରତିବାଦ କରାଯିବା ସହ ଜିଲ୍ଲା ଦୃଷ୍ଟି ହୋଇଥିବାକୁ ସାମ୍ବାଦିକମାନଙ୍କ ସଙ୍କଟ ଦୂର ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ ଲୋଡ଼ି ଦାବୀ ପତ୍ର ପ୍ରଦାନ କରିବେ । ଏହି ବୈଠକ ବିଭିନ୍ନ ପ୍ରିଣ୍ଟ, ଇଲୋକୋଟ୍ରୋନିକ୍ସ ଓ ୱେବ ମିଡ଼ିଆର ବରିଷ୍ଠ ସାମ୍ବାଦିକ ମନୋରଂଜନ ରାୟ, ଗଗନ କୁମାର ପ୍ରଧାନ, ସଞ୍ଜୟ କୁମାର ପାଣିଗ୍ରାହୀ, ପଦ୍ମନାଭ ପାଣିଗ୍ରାହୀ, ମାଧବ ଚନ୍ଦ୍ର ଦାସ, ଫିଲିପ ଦିଗାଲ, ପ୍ରତାପ ନାୟକ, ବନବାସୀ ପ୍ରଧାନ, ମନୋଜ ନାୟକ, ସିମାଞ୍ଚଳ ସାହୁ, ଅନୁଗ୍ରହ ନନ୍ଦ, ଚନ୍ଦ୍ର ଶେଖର ନାୟକ, ଭବାନୀ ଶଙ୍କର ଜେନା, ବିକ୍ରମ ଦିଗାଲ, ପ୍ରଭାତ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ, କନ୍ଧମାଳ ଜିଲ୍ଲା ଓଜେୟୁ ସାମ୍ବାଦିକ ସଂଘ, ଦାରିଙ୍ଗବାଡି, ତୁମୁଡିବନ୍ଧ, ରାଇକିଆ, କୋଟଗଡ ଏବଂ ଜିଲ୍ଲା ୱେବ ମିଡ଼ିଆ ସଂଘ ଏହି ଦାବୀ ପ୍ରତି ସଂପୂର୍ଣ୍ଣ ସମର୍ଥନ ଥିବା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.