shyamal

ପିଜୁଳି ଗଛରେ ଝୁଲୁଛି ମୃତଦେହ : ଖପ୍ରାଖୋଲ ପୋଲିସର ତନାଘନା ଜାରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ମାଲପଡା ଟିକ୍ରାପଡ଼ାରେ ଆଜି ସକାଳ ୬ଟାରେ ଗୋଟିଏ ମୃତଦେହ ପିଜୁଳି ଗଛରେ ଝୁଲୁଥିବା ଗ୍ରାମର କିଛିଲୋକ ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ ଆଜି ସକାଳୁ କିଛି ଲୋକ ନିଜ ନିତ୍ୟକର୍ମ ପାଇଁ ଜମି ପଟେ ଯାଇଥିଲେ । ପିଜୁଳି ଗଛରେ ଗାମୁଛାରେ ଗୋଟିଏ ମୃତଦେହ ଦେଖି ଭୟରେ ଗାଁକୁ ଆସି ଲୋକଙ୍କୁ ଜଣାଇଥିଲେ । ମୃତ ଦେହଟି ସ୍ଥାନୀୟ ଗ୍ରାମର ବନମାଳୀ ମାଝୀ (୨୪) ପିତା କନ୍ଧ ମାଝୀ ବୋଲି ଜଣାପଡିଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଏସ୍‌ ଆଇ ଲକ୍ଷ୍ମୀଧର ସ୍ୱାଇଁ ଏବଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ୍‌ ନଂ ୧୨/୨୦୨୪ରେ ଏକ ମାମଲା ରୁଜୁ କରି କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

purusottam
Leave A Reply

Your email address will not be published.