ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ : ୩ ମହିଳାଙ୍କୁ କରିଥିଲେ ବିବାହ

ଭୁବନେଶ୍ୱର : ନକଲି ପୋଲିସ ବାବୁ ବେଶ୍‌ ରଙ୍ଗିଲା । ନିଜକୁ ପୋଲିସର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବିବାହ କରିଥିଲେ । ନକଲି ପୋଲିସ ବାବୁଙ୍କ ସତ ଜାଣିବା ପରେ ଅସଲି ପୋଲିସ ବି ତାଜୁବ୍‌ । ଶେଷରେ ନକଲି ପୋଲିସ ବାବୁଙ୍କୁ ଗିରଫ ପରେ ଥାନାରେ ଜେରା କରୁଛି ଖଣ୍ଡଗିରି ପୋଲିସ । ଖବର ଅନୁଯାୟୀ, ନିଜକୁ ଜଣେ ପୋଲିସ ଅଧିକାରୀର ପରିଚୟ ଦେବା ସହ ଜଣେ କି ୨ ଜଣ ନୁହଁ ୩ ତିନି ଜଣ ମହିଳାଙ୍କୁ ବିବାହ କରିଛନ୍ତି ରଙ୍ଗିଲା ବାବୁ । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ସମସ୍ତ ମହିଳାଙ୍କୁ ପ୍ରେମ ଜାଲରେ ଫଶାଇ ବିବାହ କରିଛନ୍ତି ନକଲି ବାବୁ ସୁବାସ କଅଁର । ତେବେ କିଛି ଦିନ ତଳେ ଖଣ୍ଡଗିରି ଥାନାରେ ତୃତୀୟ ପତ୍ନୀ ଜଣକ ଅଭିଯୋଗ କରିଥିଲେ । ଆଉ ପୋଲିସ ଅଭିଯୋଗକୁ ଆଧାର କରି ନକଲି ପୋଲିସ ବାବୁଙ୍କୁ ଖଣ୍ଡଗିରି ଅଂଚଳରୁ ଗିରଫ କରିଛି । ଗିରଫ ହୋଇଥିବା ନକଲି ପୋଲିସ ବାବୁଙ୍କ ଅସଲି ନାଁ ସୁବାସ କଅଁର ହୋଇଥିବା ବେଳେ ସେ ନିଜକୁ ମନୋଜ ମିଶ୍ର ବୋଲି ପରିଚୟ ଦେଉଥିଲେ । ବାସ୍ତବରେ ମାନିବାକୁ ପଡ଼ିବ ନକଲି ପୋଲିସ ବାବୁଙ୍କୁ ।

Leave A Reply

Your email address will not be published.