ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି କେବୁଲ ଲୁଟ୍‌ ମାମଲା : ୬ ଜଣଙ୍କୁ କାବୁ କଲା ପୁଲିସ, ଜଣେ ଫେରାର୍‌

  • ବାଇକ୍‌ ସମେତ ଚୋରୀ ସାମଗ୍ରୀ ଉଦ୍ଧାର

ମୁନିଗୁଡ଼ା, (ରମାକାନ୍ତ ପଢାଲ) : ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ୍‌ ତାର ବୋଝେଇ ଟ୍ରକ୍‌ରୁ ଲୁଟ୍‌ ହୋଇଥିବା ବିଦ୍ୟୁତ୍‌ ତାର ଜବତ କରିବା ସହ ଘଟଣାରେ ଜଡିତ ୬ ଜଣ ଅଭୁଯୁକ୍ତଙ୍କୁ ଗିରଫ କରିଛି ଅମ୍ବାଦଳା ପୋଲିସ । ଗତ ୪ ତାରିଖ ଦିନ ଗୋଟିଏ ଟ୍ରକ୍‌ ବିଦ୍ୟୁତ୍‌ ତାର ନେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ଆସୁଥିବା ବେଳେ ସନ୍ଧ୍ୟା ସମୟରେ ଅସୁରପଡା ନିକଟରେ ଦୁର୍ବୁତ୍ତ ମାନେ ୫ଟି ମୋଟର ସାଇକଲରେ ୧୦ ଜଣ ଆସି ଟ୍ରକ୍‌ର କାଚ ଭାଙ୍ଗି ଜୋର୍‌ ଜବରଦସ୍ତ ତାର ଲୁଟ୍‌ କରି ନେଇ ଯାଇଥିଲେ । ଏନେଇ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର୍‌ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିେଯାଗ ପାଇ ମୁନିଗୁଡା ଏସ୍‌ଡିପିଓ ସନ୍ତୋଷିନୀ ଓରାମଙ୍କ ନେତୃତ୍ଵରେ ଅମ୍ବାଦଳା ଥାନା ଆଇଆଇସି କଳ୍ପନା ବେହେରାଙ୍କ ସହ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରି ଲୁଟ୍‌ ହୋଇଥିବା ୮ ବଣ୍ଡଲ ବିଦ୍ୟୁତ୍‌ ତାର ସମେତ ଗୋଟିଏ ମୋଟର ସାଇକଲ ଓ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଅମ୍ବାଦଳା ଥାନା ଅନ୍ତର୍ଗତ ଅସୁରପଡା ଗ୍ରାମର ବେଣୁଧର ଶଗଡିଆ, ଗୋପବନ୍ଧୁ ହିଆଲ, ଜିତୁ ହିଆଲ, ମୁନା ଜାକେସିକା, ସୁରେନ୍ଦ୍ର କାଡ୍ରାକା ଓ ଅନ୍ୟଜଣେ ବନ୍ଧୁଗୁଡା ଗ୍ରାମର ସୁବାସ ନୁଣୃକା ବୋଲି ଜଣାପାଡିଛି । ତେବେ ଉକ୍ତ ମାମଲାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

Leave A Reply

Your email address will not be published.