ରସିକିଆ ପିଇଓଙ୍କୁ ବାନ୍ଧିଲା ସଇଁତଲା ପୋଲିସ

ସଇଁତଲା, (କେପିଏନ୍‌ଏସ୍‌) : ରସିକିଆ ପିଇଓଙ୍କୁ ବାନ୍ଧିଲା ସଇଁତଲା ପୋଲିସ । ରସିକିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ଗ୍ରାମ ପଂଚାୟତରେ କାର୍ଯ୍ୟରତ । ବାବୁ ଜଣେ ରସିକିଆ ଅଧିକାରୀ । ଅକ୍ଷୟ କୁମାର ମହାନ୍ତିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଧୋଧମାକା ଭାଇରାଲ ହେଇଛି । ଭାଇରାଲ୍ ଭିଡ଼ିଓରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ଜଣେ ମହିଳାଙ୍କୁ ଅସଦାଚରଣ କରୁଥିବା ଭିଡ଼ିଓ ଏବେ ଚର୍ଚ୍ଚାରେ । ପରେ ସମ୍ପୃକ୍ତ ମହିଳା ଏବଂ ସରପଞ୍ଚ ଇତିଶ୍ରୀ ସାହୁ ସଇଁତଲା ପୋଲିସଙ୍କୁ ଅଭିଯୋଗ କରିଥିଲେ । ସଇଁତଲା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରଙ୍ଗିଲା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବାବୁ ଜଣକ ପୂର୍ବରୁ ଅଫିସରେ ମଦ ପିଉଥିବା ଭିଡ଼ିଓ ଭାଇରାଲ ହେଇ ଥିବା ବେଳେ ଏବେ ଅସଦାଚରଣ କରୁଥିବା ଘଟଣା ସାମ୍ନାକୁ ଆସିଥିବା ଆଲୋଚନା ହେଉଛି । ତେବେ ସଇଁତଲା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଟିଟିଲାଗଡ଼ ହାଜତକୁ ରଙ୍ଗିଲା ବାବୁଙ୍କୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.