ବିଦେଶୀ ମଦ ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ବୋଡେନ ପୋଲିସ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବୋଡ଼େନ ବସ୍‌ ଷ୍ଟାଣ୍ଡ ପାଖ ବିଦେଶୀ ମଦ ଦୋକାନରୁ ବିଦେଶୀ ମଦ ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ବୋଡେନ ପୋଲିସ ପକ୍ଷରୁ କୋର୍ଟ ଚଲାଣ କରାଯାଇଛି । ସୂଚନାନୁସାରେ ୧ ତାରିଖ ରାତ୍ରୀରେ ବୋଡ଼େନ ବସ୍‌ ଷ୍ଟାଣ୍ଡ ପାଖ ବିଦେଶୀ ମଦ ଦୋକାନର ସିସିଟିଭି, ହାର୍ଡ ଡିକ୍ସ ତଥା ଭେଣ୍ଟିଲେଟରକୁ ଭାଙ୍ଗି ଚୋରମାନେ ହଜାର ହଜାର ଟଙ୍କାର ମଦ ଚୋରି କରି ନେଇଥିଲେ । ୨ ତାରିଖ ସକାଳେ ଦୋକାନ ଖୋଲିବା ପରେ ବିଦେଶୀ ମଦ ଦୋକାନ ମ୍ୟାନେଜର୍‌ ଶ୍ରୀକାନ୍ତ ସାହୁ ଚୋରି ହୋଇଥିବା ଜାଣି ସାଙ୍ଗେ ସାଙ୍ଗେ ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ବୋଡ଼େନ ପୋଲିସ ସଂଧାନୀ କୁକୁର ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତ୍ୱ ଦେଇ ବୋଡେନ ପୋଲିସ ଚୋର ଅନ୍ୱେଷଣରେ ତନାଘନା ଲାଗିପଡିଥିଲା । ପରେ ଅଭିଯୋଗ ମୁତାବକ ବୋଡେନ ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇ ସମସ୍ତଙ୍କ କଠିନ ପରିଶ୍ରମ ବଳରେ ୪୮ ଘଣ୍ଟା ମଧ୍ୟରେ ଚୋର ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବୋଡେନ ପୋଲିସ । ଚୋର ମାନଙ୍କ ସୂଚନାରେ ବିଭିନ୍ନ ବ୍ରାଣ୍ଡର ୪୧ଟି ବିଦେଶୀ ମଦ ବୋତଲ ନିକଟ ଗୁଡ଼ି ବନ୍ଦରୁ ଜବତ କରାଯାଇଛି । ତେବେ ଜବତ୍‌ ମଦର ମୂଲ୍ୟ ୩୪ ହଜାର ୪୩୦ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ୮ ଜଣିଆ ଟିମ୍‌ ମଧ୍ୟରେ ବୋଡେନ ଥାନା ପକ୍ଷରୁ ସବ୍‌ଇନିସ୍ପେକ୍ଟର୍‌ ମଞ୍ଜୁଲତା ଖାଡ଼ଙ୍ଗା, ଜିତୁ ମହାନନ୍ଦ, ସୁରଥ ମାଝୀ, କେଦାର ମାଝୀ, ଲଳିତ ମୋହନ ନାୟକ, ହାବିଲଦାର କୃତିବାସ ପାନ, କନେଷ୍ଟବଳ ଅନନ୍ତ ଶବର ପ୍ରମୁଖ ସାମିଲ ଥିଲେ । ଉକ୍ତ ଘଟଣାରେ ବୋଡେନ ଗ୍ରାମର ଭାଙ୍ଗଖାଉ ମାଝୀ, ରୁଣ୍ଡି ଗ୍ରାମର ରୁପସିଂ ମାଝୀ ଓ ବିନୋପୁର ଗ୍ରାମର ପିଣ୍ଟୁ ନିଆଳଙ୍କୁ ବୋଡ଼େନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବଡେନ ପୋଲିସ ।

Leave A Reply

Your email address will not be published.