ମିଶନ ଖେଳ ପଡିଆ ନିକଟରୁ ଭୁଜାଳି ସହ ଯୁବକଙ୍କୁ କାବୁ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିଶନ ଖେଳ ପଡିଆ ନିକଟରୁ ଏକ ଭୁଜାଳି ସହ ଜଣେ ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବକ ଜଣକ ଭୁଜାଳି ଧରି ସହରରେ ବୁଲାବୁଲି କରୁଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଯୁବକକୁ ମିଶନ ଖେଳ ପଡିଆଠାରେ କାବୁ କରି ଟାଉନ ଥାନାକୁ ନିଆଯାଇଛି । ତେବେ ସଂପୃକ୍ତ ଯୁବକର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଟାଉନ ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.