om academy

ଯୁବତୀଙ୍କୁ ଅଶ୍ଳୀଳ ଭିଡ଼ିଓ ପଠାଇ ଟଙ୍କା ମାଗୁଥିଲେ ଯୁବକ : ବାନ୍ଧିଲା ପୋଲିସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବତୀଙ୍କୁ ଅଶ୍ଳୀଳ ଭିଡ଼ିଓ ପଠାଇ ଟଙ୍କା ମାଗୁଥିଲେ ଯୁବକ । ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ଠକୁଥିଲେ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ । ଗିରଫ ଯୁବକ ଜଣକ ହେଲେ ଚୁଡ଼ାପାଲି ଗାଁର ସୁମିତ କୁମାର ନାଗ । ସୁମିତ ବଲାଙ୍ଗିର ସହରର ଜଣେ ଯୁବତୀଙ୍କ ଫଟୋକୁ ଅନ୍ୟ ଅଶ୍ଳୀଳ ଫଟୋ ସହିତ ଏଡିଟ୍‌ କରିଥିଲେ । ତା’ପରେ ଫଟୋକୁ ଯୁବତୀଙ୍କ ହ୍ୱାଟ୍ସଆପ୍‌କୁ ପଠାଇ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଫଟୋକୁ ଭାଇରାଲ କରିଦେବି ବୋଲି ଧମକ୍‌ ବି ଦେଇଥିଲେ ସୁମିତ । ବାରମ୍ବାର ଏଭଳି ବ୍ଲାକ୍‌ମେଲ୍‌ କରିବାରୁ ଯୁବତୀ ଜଣକ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ସୁମିତ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ କହିଛି, ଯଦି କେହି ଏଭଳି ବ୍ଲାକ୍‌ମେଲ୍‌ର ଶିକାର ହେଉଛନ୍ତି, ତାହେଲେ ତୁରନ୍ତ ପୁଲିସକୁ ଜଣାନ୍ତୁ । ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ଲୋକଲଜ୍ୟା ଭୟରେ ଏଭଳି ବ୍ଲାକ୍‌ମେଲ୍‌ର ଶିକାର ହେଉଥିବା ଲୋକେ ପୁଲିସକୁ ଜଣାଉନଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.