ବଲେରୋରୁ ୨୫ ପେଟି ବିଦେଶୀ ମଦ ଜବତ କଲା ପୁଲିସ

ବାଉଁଶୁଣି : ବାଉଁଶୁଣି ପୁଲିସ ବ‌ହିରା ଛକ ନିକଟରେ ଚଢ଼ଉ କରି ବଲେରୋ ଗାଡିରୁ ୨୫ ପେଟି ବିଦେଶୀ ମଦ ଜବତ କରିବା ସହ ସହ ୨ ଜଣଙ୍କୁ ଅଟକ ରଖିଛି । ଅଟକମାନେ ହେଲେ ଝାରମୁଣ୍ଡା ଗ୍ରାମର ଭରତ ବାରିକ ଓ ଲୁମରଜନା ଗ୍ରାମର ନରସିଂହ ଗେଜ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବାଉଁଶୁଣି ପୁଲିସ ଯାଞ୍ଚ କରୁଥିବା ବେଳେ ଝାରମୁଣ୍ଡା ଅଞ୍ଚଳକୁ ଯାଉଥିବା ବଲେରୋକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଠାରୁ ମଦ ବାହାରିଥିଲା । ଉକ୍ତ ମଦର ଆନୁମାନିକ ମୂଲ୍ୟ ୪୫ ହଜାର ହେବ ବୋଲି ଜଣପଡ଼ିଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.